ଜିଲା ସ୍ତରୀୟ ଶିକ୍ଷା ସମିକ୍ଷା ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଡିପିସି କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଶିକ୍ଷା ବିଭାଗର ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ପିଲାମାନଙ୍କୁ ଭଲ ଶିକ୍ଷାଦାନ ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଆଗାମୀ ଦିନରେ ୟୁପି ସ୍କୁଲ ମାନଙ୍କରେ ପ୍ରୋଜେକ୍ଟର ପ୍ରଦାନ କରାଯିବ । ମୋ ସ୍କୁଲ ଅଭିଯାନ ପାଣ୍ଠିରୁ ଏହା ପ୍ରଦାନ କରାଯିବ । ଯେଉଁ ସ୍କୁଲରେ ଛାତ୍ର/ଛାତ୍ରୀ ସଂଖ୍ୟା ଅଧିକ ଥିବ ଉକ୍ତ ସ୍କୁଲକୁ ଚିହ୍ନଟ କରିବାକୁ ବୈଠକରେ ଉପସ୍ଥିତ ବ୍ଲକ ଶିକ୍ଷାଧିକାରୀ ମାନଙ୍କୁ ଜିଲାପାଳ କହିଥିଲେ । ଜିଲାରେ ୧୦୦୩ ବିଦ୍ୟାଳୟରେ ସୋସିଆଲ ଅଡିଟ ହେବ । ତଳେ ବସିବା ନା, ଯେଉଁ ସ୍କୁଲ ଗୁଡିକ ୫-ଟି ରୁପାନ୍ତୀକରଣ ହୋଇଯାଇଛି ଉକ୍ତ ବିଦ୍ୟାଳୟର ଛାତ୍ର/ଛାତ୍ରୀଙ୍କ ଚୈାକି ଗୁଡିକ ନିକଟରେ ଥିବା ଅନ୍ୟ ସ୍କୁଲକୁ ପ୍ରଦାନ କରାଯିବ । ଜିଲାରେ ୫୧ ହଜାର ଛାତ୍ର /ଛାତ୍ରୀ ଡ୍ରପ ବକ୍ସ ସଂଖ୍ୟା ରହିଛି । ତାହାର ଏକ ଅନୁସନ୍ଧାନ କରି ତ୍ରୃଟି ସଂଶୋଧନ କରିବାକୁ କୁହାଯାଇଛି । ବିଶେଷ କରି ଏକାଦଶ ଶ୍ରେଣୀର ଛାତ୍ର/ଛାତ୍ରୀ ଅଧିକ ଡ୍ରପ ବକ୍ସ ସଂଖ୍ୟା ରହିଛି । ପେନସନ କେସ ଯେତିକି ବିଚାରାଧିନ ରହିଛି ତାହା ତୁରନ୍ତ ସମାଧନ କରିବାକୁ କୁହାଯାଇଛି । ଯେଉଁ ବ୍ୟକ୍ତିଙ୍କ କିଛି କାଗଜପତ୍ର ଭୁଲ ଥିଲେ ତୁରନ୍ତ ଉକ୍ତ ବ୍ୟକ୍ତିକୁ ଜଣାଇବାକୁ କୁହାଯାଇଛି । ସମଗ୍ର ଶିକ୍ଷା ପକ୍ଷରୁ ଯେଉଁ ସବୁ ସ୍କୁଲ ଗୁଡିକ ଫଣ୍ଡ ଆସିଛି ତାହା ନିୟମ ଅନୁସାରେ ଖର୍ଚ୍ଚ କରିବାକୁ କୁହାଯାଇଛି । ଏହି ସମିକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ପ୍ଲାନିଂ କୋଡିନେଟର ସାବିତ୍ରୀବାଳା ଦାଶଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।