ଜିଲୁଣ୍ଡି ଓ ବ୍ରାହ୍ମଣପଦର ସମବାୟ ସମିତି ରେ ଧାନ ମଣ୍ଡି ର ଶୁଭାରମ୍ଭ
ଭଞ୍ଜନଗର,( ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ରେ ଖରିଫ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଆରମ୍ଭ ହୋଇଛି l ଉପଖଣ୍ଡ ର ୧୫ ଟି ସ୍ଥାନ ରେ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୧୨୫ ଗୋଟି ସମବାୟ ସମିତି ଏବଂ ୨୭ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କରିବାପାଇଁ ନିଷ୍ପତ୍ତି ନିଆଯାଇଛି l ଧାନ ବିକ୍ରି ନିମନ୍ତେ ୪୭ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟ ରେ ଉପଖଣ୍ଡ ରେ ୧୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଥିବା ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି l ଏହା ସହିତ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଜଣେ ଚାଷୀ ଠାରୁ ଦିନକୁ ୫୦ କ୍ୱିଣ୍ଟାଲ ଏବଂ ଗୋଟିଏ ସମବାୟ ସମିତି ସର୍ବାଧିକ ୧୦୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାନେଇ ନିଷ୍ପତ୍ତି କରାଯାଇଛି l ଭଞ୍ଜନଗର ବ୍ଲକ ର ଜିଲୁଣ୍ଡି ଠାରେ ଜିଲୁଣ୍ଡି ସମବାୟ ସମିତି ମଣ୍ଡି ଏବଂ ଦଦରଲୁଣ୍ଡା ଠାରେ ବ୍ରାହ୍ମଣପଦର ସମବାୟ ସମିତି ମଣ୍ଡି ର ଶୁଭାରମ୍ଭ କରାଯାଇଛି l ଜିଲୁଣ୍ଡି ଠାରେ ଯୋଗାଣ ଅଧିକାରୀ ଶ୍ରୀ ବେହେରା ଙ୍କ ସମେତ ଡହ ଶୀର୍ଷ କମିଟି ସଭାପତି ବୀରେନ୍ଦ୍ର କେଶରୀ ଆରୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ l ଉପସହକାରୀ ନିବନ୍ଧକ ଉଦୟ ଚନ୍ଦ୍ର ପ୍ରଧାନ, ରାଜ୍ୟ ଓକିଲ ସଂଘ ଉପସଭାପତି ରାଜେନ୍ଦ୍ର କୁମାର ପ୍ରଧାନ, ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାସ, ଜିଲୁଣ୍ଡି ସମବାୟ ସମ୍ପାଦକ ଲକ୍ଷ୍ମୀ କାନ୍ତ ପାତ୍ର ଓ ଡି.ଇ. ଓ ସମର ବାହିନୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଦଦରଲୁଣ୍ଡା ଠାରେ ଯୋଗାଣ ଅଧିକାରୀ ଶ୍ରୀ ବେହେରା ଙ୍କ ସମେତ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ମଣ୍ଡି ର ଶୁଭାରମ୍ଭ କରିଥିଲେ l ଉପସହକାରୀ ନିବନ୍ଧକ ଉଦୟ ନାଥ ପ୍ରଧାନ, ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ଦାସ, ଭଞ୍ଜନଗର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀକାନ୍ତ ଚରଣ ସ୍ୱାଇଁ, ଆର ଏମ ସି ସମ୍ପାଦକ ଦୀନବନ୍ଧୁ ଗୌଡ଼, ମିଲର ପୂର୍ଣ୍ଣ ଚନ୍ଦ୍ର ପାତ୍ର, ଜଗଦୀଶ ପୃଷ୍ଟି, ବ୍ରାହ୍ମଣପଦର ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ମିଶ୍ର ଏବଂ ଭଞ୍ଜନଗର ବ୍ଲକ ର ବିଭିନ୍ନ ସମବାୟ ସମିତି ର ସମ୍ପାଦକ ମାନେ ମଧ୍ୟ ଉପସ୍ଥିତ ଥିଲେ l