ଜିଲ୍ଲାକୁ ମୋଟ ଆସିଲେ ୬୦ହଜାର ୧୩୯ ପ୍ରବାସୀ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ମହାମାରୀ କରୋନାର ପ୍ରତିରୋଧ ତଥା ଜାତୀୟ ବିପତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୫ଜଣ କରୋନା ସଂକମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆଜିସୁଧା ଜିଲ୍ଲାରେ ମୋଟ ୩୩୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୫୫ ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି ଏବଂ ୪ଜଣ ମୃତ୍ୟୁ ବରଣ କରିଛନ୍ତି । ବାହାର ରାଜ୍ୟମାନଙ୍କରୁ ଆସୁଥିବା ପ୍ରବାସୀମାନଙ୍କୁ କରୋନା ପ୍ରତିରୋଧ ପାଇଁ ପ୍ରଶାସନିକ ତତ୍ୱାବଧାନରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୬୦ହଜାର ୧୩୯ ଜଣ ପ୍ରବାସୀ ଆସିଛନ୍ତି । ଆଜି ଆସିଥିବା ୮୪ଜଣ ପ୍ରବାସୀଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୮, ପଟ୍ଟାଦମୁଣ୍ଡାଇ ବ୍ଲକର ୩୨, କେନ୍ଦ୍ରାପଡା ପୈାରାଚଂଳର ୧୮, ମାର୍ଶାଘାଇ ବ୍ଲକର ୧୭, ରାଜନଗର ବ୍ଲକର ୩ ଓ ରାଜକନିକା ବ୍ଲକର ୬ ଜଣ ଅଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।


