ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ନାକଚ କରିବା ନେଇ ମିଥ୍ୟା ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ) -:ହାଟଡିହି ବ୍ଲକ ୩୪ନଂ ଜୋନର ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ନେଇ ଅନ୍ୟ ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀ ମିଥ୍ୟା ଅଭିଯୋଗ କରିଥିବା ଅଭିଯୋଗ ହୋଇଛି । ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ଅଭିଯୋଗ ଅନୁଯାଇ ସେ ଚଳିତ ନିର୍ବାଚନରେ ୩୪ନଂ ଜୋନରୁ ବିଜେପି ଟିକେଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ତଥ୍ୟ ଗୁଡିକ ଉଲେଖ କରିଛନ୍ତି । କିନ୍ତୁ ବିଜେଡିର ପ୍ରାର୍ଥୀ ସୋମନାଥ ଦାସ ବିଜେପି ପ୍ରାର୍ଥୀଙ୍କୁ କୋଟରେ ଦଣ୍ଡିତ ହୋଇଥିବାରୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯାହାକୁ ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ରାଉତ ସମ୍ପୁର୍ଣ୍ଣ ଖଣ୍ଡନ କରିବା ସହିତ ସେ କେବେ ଜେଲ ଯାଇ ନଥିବା କି କୌଣସି ଅର୍ଥଦଣ୍ଡରେ ଦଣ୍ଡିତ ହୋଇ ନଥିବା କହିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁସାରେ କୌଣସି ବ୍ୟକ୍ତି ଯଦି ଦୁଇବର୍ଷରୁ ଅଧିକ ଜେଲଦଣ୍ଡ ଭୋଗିଥାନ୍ତି ତେବେ ସେ ୬ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି ଉଲେଖ ରହିଛି । ତାଙ୍କ ବିରୁଦ୍ଧରେ ଥିବା ମାମଲାଟି ୨୦୦୮ର ହୋଇଥିବାବେଳେ ସେ ଗତ ୨୦୧୭ରେ ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ୫ବର୍ଷ ଧରି ଲୋକଙ୍କ ସେବା କରିଆସିଛନ୍ତି । ତେଣୁ ସେପରି କୌଣସି ଦଣ୍ଡରେ ଦଣ୍ଡିତ ହୋଇ ନଥିବାବେଳେ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିବାକୁ ବିରୋଧୀମାନେ ଏତେ ଭୟାତୁର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ