ଜିଲ୍ଲାପାଳଙ୍କୁ ଗୁହାରି କଲେ ଆଇଆରଇଏଲ କମ୍ପାନୀର କାର୍ଯ୍ୟ କରୁଥିବା କର୍ମଚାରୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଇଆରଇଏଲ କମ୍ପାନୀର ରିପ୍ ଆଟାକ୍ ପ୍ଲାଣ୍ଟରେ ଅଣ କୌଶଳ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଉପଯୁକ୍ତ ଦରମା ପ୍ରଦାନ କରାଯାଉନଥିବା ନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିକଟରେ ଗୁହାରି କରିଛନ୍ତି । ଆଇଆରଇଏଲ କମ୍ପାନୀ ର ଅଣ କୌଶଳ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଉପଯୁକ୍ତ ଦରମା ପ୍ରଦାନ କରାଯାଉନଥିବା ସହିତ ସେମାନେ କାର୍ଯ୍ୟ କରୁଥିବା ରିପ୍ ଆଟାକ ପ୍ଲାଣ୍ଟ ବିଭାଗରୁ ସେମାନଙ୍କୁ ବହିଷ୍କାର କରି ଅନ୍ୟ ଏକ ବିଭାଗରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କୁ ଉପଯୁକ୍ତ ଦରମା ପ୍ରଦାନ କରାଯିବା ସହ କମ୍ପାନୀ ବନ୍ଦ ଥିଲେ ମଧ୍ୟ ସେମାନଙ୍କୁ କାମ ଦିଆଯିବା ନିମନ୍ତେ ସେମାନେ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ମନୋରଞ୍ଜନ ବେହେରା, ପୁରୁଷୋତ୍ତମ ପ୍ରଧାନ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ବୃନ୍ଦାବନ ପ୍ରଧାନ, ଏସ୍‌. କାମରାଜୁ ରେଡ୍ଡି, ଏସ୍‌. ନାରାୟଣ, ଅଜୟ କୁମାର ବେହେରା, ନାରାୟଣ ବେହେରା, ପି. ଧର୍ମ ରାଜୁ, ତ୍ରିନାଥ ମହାପାତ୍ର, ଶଙ୍କର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ