ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗଂଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ନେଇ ଆଗ ଧାଡିର ଯୋଦ୍ଧା ଭଳି କାର୍ଜ୍ୟ କରୁଛନ୍ତି ଗଂଜାମ ଜିଲ୍ଲାର ଆୟୁଷ ଡାକ୍ତର ମାନେ । ଦିନ ରାତି ଏକ କରି ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହ ଠାରୁ ଆରମ୍ଭ କରି ଆର ଆର ଟି ଟିମ୍ , ଜଗନ୍ନାଥପୁର ରେଳ ଷ୍ଟେସନ ଠାରେ ମଧ୍ୟ ପ୍ରବାସୀ ଓଡିଆ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଆସୁଛନ୍ତି । ମାତ୍ର ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୋନଙ୍କୁ ଅଣଦେଖା କରାଯାଇଛି ବୋଲି ଯୋଦ୍ଧା ମାନେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଅପରାହ୍ନରେ ଗଂଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘ ସଦସ୍ୟ ମାନେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ ବସଭବନରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗଂଜାମ ଜିଲ୍ଲାର ଲୋକଙ୍କ ସୁରକ୍ଷା ନେଇ ଦିନରାତି ଏକ କରି କାର୍ଜ୍ୟ କରିଆସୁଛନ୍ତି ଆୟୁଷ ଡାକ୍ତର ମାନେ । ଏହାସହ ନିଜ ଜୀବନକୁ ବାଜି ଲଗାଇ କୋରନା ଆକ୍ରାନ୍ତଙ୍କ ସ୍ପର୍ଶରେ ମଧ୍ୟ ରହିଆସୁଛୁ । ଜିଲ୍ଲାର ବିଭିନ୍ନ ସଂଗରୋଧ ଗୃହ ଏବଂ ଆର ଆରଟି ଟିମ୍ ରେ ଯୋଡି ହୋଇ ସେବା ଯୋଗାଇଦେଉଛୁ । ଜିଲ୍ଲାରେ ଏମବିବିଏସ ଡାକ୍ତରଙ୍କ ଅଭାବ ସତ୍ତ୍ୱେ ସମସ୍ତ ଆୟୁଷ ଡାକ୍ତର ମାନେ ଏହି ଅଭାବକୁ ପୂରଣକରି ଜିଲ୍ଲାପ୍ରଶାସନକୁ ସହଯୋଗ କରି କୋଭିଡ-୧୯ କାର‌୍ୟ୍ୟରେ ଯୋଦ୍ଧା ସଦୃସ୍ୟ ସାଜି କାର୍ଜ୍ୟ ତୁଲାଉଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ନଂ ୬୮/ପିଏସଏଚ ତାରିଖ ୧୪.୦୪.୨୦୨୦ ଅନୁଯାୟୀ ଆୟୁଷ ଡାକ୍ତର ମାନଙ୍କୁ ଅଣ କୋଭିଡ ସ୍ୱାସ୍ଥ୍ୟ ସେବା ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାର ବ୍ୟତିକ୍ରମ କରି ଆୟୁଷ ଡାକ୍ତର ମାନଙ୍କୁ କୋଭିଡ କେୟାର ସେଣ୍ଟର ଓ ଡେଡିକେଟେଡ କୋଭିଡ ସେଣ୍ଟର ରେ କାର୍ଜ୍ୟ କରିବା ପାଇଁ ସିଡିଏମଏଓ ଚିଠିନଂ ୯୨୫୨/୨୧.୦୫.୨୦୨୦ ତାରିଖ ଅନୁଯାୟୀ ନିର୍ଦ୍ଦେଶ ଦେଇଛନ୍ତି । ବିଡମ୍ବନାର ବିଷୟ ଏହି କି ଯେ ଦୀର୍ଘ ୧୪ବର୍ଷ ହେଲା ଆୟୁଷ ଡାକ୍ତର ମାନେ ଜିଲ୍ଲାର ବିଭିନ୍ନ ବିପର୍ଜ୍ୟୟ ସମୟରେ ନିଜ ନିଜ ଦାୟିତ୍ୱ ତୁଲାଇବା ସହ ସ୍ୱଳ୍ପ ଦରମାରେ ନିରନ୍ତର ସେବା ଯୋଗାଇଆସିଛନ୍ତି । ରାଜ୍ୟସରକାର ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ କେବଳ ଆବଶ୍ୟକ ସମୟରେ ସମସ୍ତ କାମ ହାସଲ କରୁଛନ୍ତି । ଏହାସହ ବର୍ତ୍ତମାନ କରୋନା ମୁକାବିଲା ସମୟରେ ମଧ୍ୟ ଆୟୁଷ ଡାକ୍ତର ମାନଙ୍କୁ ଅଣଦେଖା କରିଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସେମାନଙ୍କୁ ମାତ୍ର ୨୫ହଜାର ଟଙ୍କା ଦରମା ଦେଇ ଜୀବନକୁ ବାଜି ଲଗାଇବା କାର‌୍ୟ୍ୟରେ ନିୟୋଜିତ କରିବା କେତେ ଦୂର ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ବିପତ୍ତି ସମୟରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ଆଥିକ ଓ ସାମାଜିକ ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ଆୟୁଷ ଡାକ୍ତର ମାନଙ୍କ ପାଇଁ କିଛି ପ୍ୟାକେଜ୍ ଘୋଷଣା କରି ନାହିଁନ୍ତି । ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ୫୦ଲକ୍ଷଟଙ୍କା ର ଜୀବନ ବୀମା ଘୋଷଣା କରିଥିଲେ ସୁଦ୍ଧା ଏନଆରଏଚ୍ ଏମ ରେ କାର‌୍ୟ୍ୟରତ ଆୟୁଷ ଡାକ୍ତର ମାନଙ୍କ ଓ ତାଙ୍କ ପରିବାରଙ୍କ ନିମନ୍ତେ ଜୀବନ ବୀମା କୈାଣସି ଘୋଷଣା କରାଯାଇନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଗଂଜାମ ଜିଲ୍ଲାର କୋଭିଡ ହସ୍ପିଟାଲରେ ବର୍ତ୍ତମାନ କିଛି ଦିନ ତଳେ ଜିଲ୍ଲାପ୍ରଶାସନ ପକ୍ଷରୁ ନିଯୁକ୍ତି ଦେଇଥିବା ଆୟୁଷ ଡାକ୍ତରଙ୍କ ଦିନକୁ ୨୨୦୦ ଟଙ୍କା ହାରରେ ମାସକୁ ୬୬ହଜାର ଟଙ୍କା ପାଇବାସ୍ଥଳେ ଏନଆରଏଚ୍ ଏମ ରେ କାର୍ଜ୍ୟରତ ଆୟୁଷ ଡାକ୍ତର ମାନଙ୍କୁ ମାତ୍ର ୨୫ହଜାର ଟଙ୍କା ଦେଇ କାର୍ଜ୍ୟ କରାଇବା କେତେ ଠିକ୍ ବୋଲି ସଂଘ ପ୍ରଶ୍ନ କରିଛି । ସଂଘ ପକ୍ଷରୁ ଜିଲ୍ଲାର କୋରନା ମୁକାବିଲା ନେଇ ସଦସ୍ୟା ମାନେ କାର୍ଜ୍ୟ କରୁଛନ୍ତି ଆଗକୁ ମଧ୍ୟ କରିବେ ମାତ୍ର ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ସେମାନଙ୍କ ବିଭିନ୍ନ ଦାବୀ ସଂପର୍କ ବୁଝିବା ନିମନ୍ତେ ସଂଘ ପକ୍ଷରୁୟ ଅନୁରୋଧ କରାଯାଇଛି । ଅପରପକ୍ଷରେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ରକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଥିଲେ । ଏହାସହ ସମସ୍ତଙ୍କୁ ଏହି କରୋନା ମୁକାବିଲା କାର୍ଜ୍ୟକରୁଥିବାରୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ସମସ୍ତେ ମିଳିମିଶି କାର୍ଜ୍ୟ କରିବାକୁ ସେ କହିଥିଲେ । ଦାବିପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲା ଆୟୁଷ ଡାକ୍ତର ସଂଘର ଉପଦେଷ୍ଟା ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଉପଦେଷ୍ଟା ଡାକ୍ତର ରାଜ କିଶୋର ସାହୁ ଓ ଡାକ୍ତର କମଳ ଦାସ, ରାଜ୍ୟ ସଂଯୋଜକ ଡାକ୍ତର ସରୋଜ ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ କୃଷ୍ଣ ଶରଣ ପାଲ୍ , କୋଷାଧ୍ୟକ୍ଷ ଡାକ୍ତର ମନୋଜ ତ୍ରିପାଠୀ, ଡାକ୍ତର ସସ୍ମିତା ପଣ୍ଡା,ଡାକ୍ତର ରାମାନୁଜ ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ