ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ- କେନ୍ଦ୍ରରାଷ୍ଟମନ୍ତ୍ରୀ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଭ୍ରମଣରେ ଆସି ହସ୍ତଗତ ହୋଇଥିବା ନାନାଦି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ । ସମସ୍ୟାଗୁଡିକ ଯଥା- ୧. ହସପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍ ତା.୨୨.୭.୧୯ରିଖଠାରୁ ଏ ପର୍ଯ୍ୟନ୍ତ ଅଚଳ ହୋଇଅଛି । ଫଳରେ ଲୋକମାନେ ବାହାରେ ଅଧିକ ଟଙ୍କା ଦେଇ ଅଲଟ୍ରାସାଉଣ୍ଡ କରୁଛନ୍ତି । ଏ ସମ୍ପର୍କରେ ସି.ଡି.ଏମ.ଓ ଦାୟିତ୍ୱରେ ଥିବା ଡ.କମାଳାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଲେ ମୁଁ ଏ ବାବଦରେ ଜାଣିନାହିଁ । ୨. ହସପିଟାଲ ମ୍ୟାନେଜରଙ୍କୁ ଡକାଇବାରୁ ଜଣାପଡିଲା ଯେ, ବାରିପଦାକୁ ସେ ପି.ଏଚ.ଡି କରିବା ପାଇଁ ଯାଇଛନ୍ତି । ସେ ଛୁଟି ନେଇଛନ୍ତି କି ନାହିଁ ସି.ଡି.ଏମ.ଓ ଜାଣି ନାହାନ୍ତି । ସେ ପି.ଏଚ.ଡି କରିବା ପାଇଁ ଅନୁମତି ନେଇନାହାନ୍ତି ବୋଲି ସି.ଡି.ଏମ.ଓ ଦାୟିତ୍ୱରେ ଥିବା ଡ. ନାୟକ ମନାକଲେ । ୩. ହସପିଟାଲର ସମସ୍ତ ୱାର୍ଡର ସ୍ୱଚ୍ଛତା ଅତ୍ୟନ୍ତ ଚିନ୍ତାଜନକ । ୪. ହସପିଟାଲର ବର୍ଜ୍ୟବସ୍ତୁଗୁଡିକ ଜମାହୋଇ ପରିବେଶ ପ୍ରଦୂଷଣ କରୁଛନ୍ତି । ୫. ରୁବିନା ଖାତୁନ୍ ନାମରେ ଜଣେ ୧୪ ବର୍ଷର ଝିଅ ଚିକିତ୍ସା ଅବହେଳାରୁ ମରିଥିବାର ଅଭିଯୋଗ ହୋଇଛି । ଏହାର ବିଧିବଦ୍ଧ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ