ଜିଲ୍ଲାପାଳଙ୍କୁ ଭେଟିଲେ କୈବର୍ତ୍ତ ମହାସଂଘ ସଦସ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଭଣ୍ଡାରିପୋଖରୀ ବ୍ଲକ କୈବର୍ତ୍ତ ମହାସଂଘ ସଦସ୍ୟ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ସଭାପତି ପଦ୍ମଲୋଚନ ଦାସଙ୍କ ନେତୃତ୍ୱରେ ସଦସ୍ୟ ମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚି ପୁଷ୍ପଗୁଚ୍ଛ ସହିତ ଶ୍ରୀ ମାଝୀଙ୍କୁ ସାକ୍ଷାତ କରିଥିଲେ । ଏହାସହିତ ବିଭିନ୍ନ ପ୍ରସଙ୍ଗରେ କୈବର୍ତ୍ତ ମହାସଂଘ ସଦସ୍ୟ ମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପରିଡା, ଯାଜପୁର ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ, ରାଜ୍ୟ ସମ୍ପାଦକ ଉମାକାନ୍ତ ମାଝୀ, ପ୍ରଭାତ କୁମାର ମାଝୀ, ସାମାଜିକ କର୍ମୀ କୈଳାସ ଚନ୍ଦ୍ର ଜେନା, ଭଗବାନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


