ଜିଲ୍ଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ମୁମ୍ବାଇରେ ମୃତ ଶ୍ରମିକଙ୍କ ପରିବାର
କୋଦଳା : ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତର ରାଣୀପଡା ଗ୍ରାମର ୩୭ ବର୍ଷୀୟ ଗୌରାଙ୍ଗ ଗୌଡ଼ ମୁମ୍ବାଇର ମାହୋଲ୍ ଅଞ୍ଚଳରେ ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଜିଲ୍ଲା ପ୍ରଶାସନ ଓ ମୁମ୍ବାଇରେ ଥିବା ବମ୍ବେ ଉତ୍କଳ ସମିତିର ଉପାଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ଗୌଡ଼କଂ ଉଦ୍ଯମରେ ତାକଂ ମରଶରୀରକୁ ଗ୍ରାମକୁ ଅଣାଯାଇଥିଲା। ତେବେ ମୃତ ଗୌରାଙ୍ଗଙ୍କ କୌଣସି ସନ୍ତାନ ନଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ବେସାହାରା ହୋଇ ପଡିଛନ୍ତି। ସ୍ବାମୀକଂ ରୋଜଗାରରେ ଚଳୁଥିବା ବେଳେ ଏବେ ବଞ୍ଚିବା ତାଙ୍କ ପାଇଁ ମୁସ୍କିଲ ହୋଇ ଯାଇଛି। ଏଭଳି ସ୍ଥଳେ ପରିବାର ଲୋକେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ସହାୟତା ଲୋଡିଛନ୍ତି। ଗ୍ରାମରେ କୌଣସି କାମଧନ୍ଦା ନଥିବା ଯୋଗୁଁ ମୁମ୍ବାଇକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିବାରୁ ପରିବାରକୁ ସରକାର କ୍ଷତିପୂରଣ ଦେଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ବମ୍ବେ ଉତ୍କଳ ସମିତିର ଉପାଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ଗୌଡ଼ ମୃତ ଗୌରାଙ୍ଗକଂ ପରିବାର ସଦସ୍ୟଙ୍କୁ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ କୁଂ ଭେଟିଥିଲେ। ଏନେଇ ଆବଶ୍ୟକୀୟ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିବା ସହ ପରିବାରକୁ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।