ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, : ଲଘୁଚାପ ଜନିତ ଗତ ଲଗାଣ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିକୁ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ପାଇଁ ଛତ୍ରପୁର ବ୍ଲକ ପୋଟଲାମପୁର ସରପଞ୍ଚ ସୁବାସିନୀ ବାରିକି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସୋମବାର ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗତ ତିନିଦିନ ଧରି ଲଗାଣ ବର୍ଷାରେ ପୋଟଲାମପୁର ଗ୍ରାମପଞ୍ଚାୟତ ଗଙ୍ଗାପୁର ଓ ପୋଟଲାମପୁର ଗ୍ରାମର ଥିବା ଚାଷ ଜମିରେ ସଂପୂର୍ଣ୍ଣ ଜଳମଗ୍ନ ହୋଇରହିଛି । ଯଦ୍ୱାରା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚଳିତ ଫନି, ତିତଲି ଭଳି ଦୁର୍ବିପାକର ସମ୍ମୁଖୀନ ହୋଇ ଚାଷୀଙ୍କ ମେରୁଦଣ୍ଡ ସଳଖ ନଥିବା ସ୍ଥଳେ ଏଭଳି ଅଚାନକ୍ ଜଳମଗ୍ନ ହେବା ଚାଷୀଙ୍କ ବୋଝ ଉପରେ ନଳିତା ବିଡା ସଦୃଶ୍ୟ । ଫଳରେ ଚାଷୀଙ୍କ କ୍ଷୟକ୍ଷତି ବହୁଗୁଣରେ ବୃଦ୍ଧି ପାଇଛି । ଏଣୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଗଲେ ଚାଷୀକୂଳ ଥଇଥାନ ହୋଇପାରିବେ ବୋଲି ସରପଞ୍ଚ ଶ୍ରୀମତି ବାରିକି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ