ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଆୟୁଷ ଡାକ୍ତର

ଛତ୍ରପୁର, (ଓ୍ବାଇଏନ୍ଏସ୍) : ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି।ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ ଜୀବନ ଯାଇସାରିଲେଣି କରୋନା କୋଳକୁ । ଏଥିରୁ ବାଦ ପଡିନାହାନ୍ତି କରୋନା ଯୁଦ୍ଧରେ ନିଜକୁ ଉତ୍ସର୍ଗୀକୃତ କରିଥିବା କରୋନା ଯୋଦ୍ଧା । ତା ସତ୍ତ୍ୱେ ଜନ ସେବାରେ ନିଜକୁ ବ୍ରତୀ ରଖିଥିବା ଆୟୁଷ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ନିଜ ଦାୟିତ୍ବ ସମ୍ପାଦନରେ ଟିକେ ହେଲେ ଅବହେଳା କରିନାହାନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କରୋନା ଯୁଦ୍ଧରେ ସାମିଲ ଏହି ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ସୁରକ୍ଷିତ ତ? କରୋନା ହସ୍ପିଟାଲରେ ରେ ଅବସ୍ଥାପିତ ଆରବିଏସକେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ ବା ସଂଗରୋଧ କେନ୍ଦ୍ର ରେ ଓ ଘର ଘର ବୁଲି କରୋନା ର ଲକ୍ଷଣ ତଥା ରୋଗୀ ଚିହ୍ନଟିକରଣ ରେ ନିୟୋଜିତ ଆୟୁଷ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ-ସମସ୍ତ ଙ୍କ ଜୀବନ ଜିଇଂବାର ସମାନ ଅଧିକାର ରହିଛି। କରୋନା ଭଳି ଭୟଙ୍କର ରୋଗ ର ପ୍ରତିରୋଧ ପାଇଁ ନିୟୋଜିତ କରା ଯାଉଥିବା ଏହି ଆରବିଏସକେ ଡାକ୍ତର ମାନଙ୍କୁ ସେମାନଙ୍କ ନାଯ୍ୟ ଦାବି ପୂରଣ କରିବା ପାଈଁ ଆୟୁଷ ଡାକ୍ତର ସଂଘ ଓ ଆରବିଏସକେ ଡାକ୍ତର ସଂଘ ପକ୍ଷରୁ ମିଳିତ ଭାବେ ଗଞ୍ଜାମ ଜିଲ୍ଲାପାଳ ନିକଟ ରେ ନିବେଦନ କରାଯାଇଛି। ଡାକ୍ତର ସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ହେଲା ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଦୈନିକ ୧୫୦୦ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ,ସେମାନ ଙ୍କୁ କୋଭିଡ-୧୯ ଜୀବନ ବୀମା ଭୁକ୍ତ କରିବା, ଦାୟିତ୍ୱ ରେ ଥିବା ଡାକ୍ତରଙ୍କ ସ୍ୱାବ ନମୁନା ପରୀକ୍ଷଣ ଓ ସଂଗରୋଧରେ ରହିବାର ବ୍ୟବସ୍ଥା ସହ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଡାକ୍ତରଙ୍କୁ କୋଭିଡ-୧୯ ଦାୟିତ୍ୱ ରୁ ଦୁରେଇ ରଖିବା । ଆୟୁଷ ଡାକ୍ତରଙ୍କ ଉପରୋକ୍ତ ଦାବି ପୂରଣ ହୋଇପାରିଲେ ସେମାନେ ଅଧିକ ଆଗ୍ରହ ଓ ଉତ୍ସାହର ସହ କରୋନା ଯୁଦ୍ଧରେ ସାମିଲ ହୋଇ ଏହାକୁ ପ୍ରତିହତ କରିବାରେ ସହାୟକ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ