ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମହିଳା

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ଗତ ବାତ୍ୟା ଫାନି ପରେ ପେଣ୍ଠକଟା ବସ୍ତି ବାସିନ୍ଦାଙ୍କୁ ଅସ୍ଥାୟୀ ଭାବେ ରହିବା ପାଇଁ ପ୍ରଶାସନ ପକ୍ଷରୁ ଜରିପାଲ ଦିଆଯାଇଥିଲା । ହେଲେ ଗତକାଲି ରାତିରେ କାଳବୈଶାଖୀ ପବନ ସମସ୍ତଙ୍କ ଜରିପାଲ ଉଡ଼ାଇ ନେଇଛି । ଯାହାଫଳରେ ସେମାନେ ରାତିସାରା ବର୍ଷା ପାଣିରେ ଭିଜିବା ସହିତ ଖୋଲା ଆକାଶ ତଳେ ରହିଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ଘରଭଙ୍ଗା ଅର୍ଥରାଶି ପ୍ରଦାନ କରିବାକୁ ଆଜି ଶତାଧିକ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ସ୍ଥାନୀୟ କାଉନ୍ସିଲର ବାବୁଲ ପ୍ରସାଦଙ୍କ ସହ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ । ଘରଭଙ୍ଗା କ୍ଷତି ପୂରଣ ତୁରନ୍ତ ନମିଳିଲେ ରାସ୍ତାରୋକ କରିବେ ବୋଲି ମଧ୍ୟ ଧମକ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ