ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଜି ନୂତନ ବର୍ଷ ପ୍ରଥମ ସୋମବାର ଅବସରରେ ଗଂଜାମ ଜିଲ୍ଲାପାଳ ଓ ଏସପି ଙ୍କ ଜନଅଭିଯୋଗ ଶୁଣାଣୀ ଶିବିର ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ସ୍ଥିତ ଡୁଡା ପିଡିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରିବେନ୍ସ ଅଧିକାରୀ ସୌଭାଗ୍ୟ କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଆଜିର ଶିବିରରେ ୨୧୨ ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସେଥିରୁ ୧୮୯ ଅଭିଯୋଗ ବ୍ୟକ୍ତିଗତ ଥିଲା । ୧୧ ଟି ସାମୁହିକ ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ଅବଶିଷ୍ଟ ୨୩ ଟି ଅଭଯୋଗ ଆଶୁ ସମାଧାନ ହୋଇଥିଲା । ସେହିପରି ୧୧ଜଣଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧ ଲକ୍ଷ ୧୧ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞାପରମିତା ଥାଟୋଇ, ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କିଶୋର ବଲ୍ଲଭ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବଜେନ୍ଦ୍ର ମହାନ୍ତି, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଏଲ୍ଡିଏମ୍ ଅଶୋକ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତି ରହି ଅଭିଯୋଗ ଶୁଣାଣି କରିଥିଲେ । ବିଶେଷ କରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗୃହ ପାଇବା ନିମନ୍ତେ ରହିଥିବା ବେଳେ ବାର୍ଧକ୍ୟ ଭତ୍ତା , କାଳିଆ ଯୋଜନାରୁ ଚାଷୀଙ୍କୁ ସହାୟତା ମିଳନଥିବା ଅଭିଯୋଗ ସଂଖ୍ୟା ଅଧିକା ରହିଥିବା ବେଳେ ଖାଉଟି କାର୍ଡ, ନିର୍ମାଣ ଶ୍ରମିକ କାର୍ଡ, ବ୍ୟାଙ୍କ ଋଣ ସଂକ୍ରାନ୍ତରେ ବହୁ ଅଭିଯୋଗ ଶୁଣାଣି ହୋଇଥିଲା ।