ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ସମ୍ପ୍ରସାରିତ ହୀରାଧାର ବାଟି କେନାଲରୁ ଜଳ କର ଦେଇ ପାଣି ଦିଆଯିବା ଲାଗି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା, ନୀଳାଦ୍ରିପୁର, କଣ୍ଟିଆଗଡ଼ ଓ ମୟୁରପଦା ଗ୍ରାମ ବାସି ମାନେ ଆଜି ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷରେ ଚାଲିଥିବା ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି l ସେମାନଙ୍କ ଏରିଆରେ ପ୍ରାୟ ୮୦୦ ହେକ୍ଟର ଚାଷ ଜମି ଥିଲେ ମଧ୍ୟ ସେହି ଜମିକୁ ପାଣି ନ ମିଳିବା କାରଣରୁ ପ୍ରତ୍ୟେକ ବର୍ଷ ବର୍ଷାର ଅଭାବ ହେଲେ ବହୁ ଚାଷୀ ନିଜର ଫସଲ ଉତ୍ପାଦନ କରିବାରେ ବିଫଳ ହୁଅନ୍ତି l ଏତଦ ବ୍ୟତୀତ ଏହା ଏକ ଲୁଣା ଅଞ୍ଚଳ ହୋଇଥିବାରୁ ଅନ୍ୟ କୌଣସି ଜଳ ସେଚନର ସୁବିଧା ନାହିଁ l ଯାହା ଫଳରେ ଚାଷୀ ମାନେ ନିଜ ଜମିର ଫସଲ ଆଦାୟ କରିବା ସମ୍ଭବପର ହେଉନାହିଁ l ସେମାନଙ୍କ ଅଞ୍ଚଳ ଦେଇ ହୀରାଧାର ବାଟି କେନାଲ ର ସମ୍ପ୍ରସାରିତ ଶାଖା ଥିଲେ ମଧ୍ୟ ସେମାନଙ୍କ ଅଞ୍ଚଳ ଜଳ କର ଲାଗୁ ନଥିବା କାରଣରୁ ଉକ୍ତ ଶାଖା ରୁ ସେମାନଙ୍କୁ ସେମାନଙ୍କୁ ଜଳ ସେଚନ ବିଭାଗ ପାଣି ଯୋଗାଉ ନଥିବା ସେମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଏଣୁ ଏହି ଅଂଚଳର ଚାଷୀ ମାନଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ହୀରାଧାର ବାଟି କେନାଲ ରୁ ଜଳ କର ଦେବାରେ ସେମାନଙ୍କୁ ସମ୍ପୃକ୍ତ କରି ଜଳ ଯୋଗାଇ ଦେବା ପାଇଁ ସୁକାନ୍ତ ପ୍ରଧାନ, ଏସ. ଗୁରୁନାଥ ରେଡ୍ଡୀ, କେ. ହରି କ୍ରିଷ୍ଣା ରେଡ୍ଡୀ, କେ. ସତ୍ୟବାଦୀ ରେଡ୍ଡୀ ଓ ଜି. ଦାନେୟା ରାଓ, ସରପଞ୍ଚ ସଂଯୁକ୍ତା ପ୍ରଧାନ ଙ୍କ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ