ଜିଲ୍ଲାପାଳଙ୍କ କରୋନା ସମୀକ୍ଷା ଓ ପଂଚାୟତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ
ହିଞ୍ଜିଳିକାଟୁ, (ୱାଇଏନଏସ):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି କରୋନା ସମୀକ୍ଷା କରିବା ସହ ବିଭିନ୍ନ ପଂଚାୟତର ସଙ୍ଗରୋଧ ପରିଦର୍ଶନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥେ କୁଅଁର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ.ମନୋରଞ୍ଜନ ସାହୁଙ୍କ ସହ କରୋନା ସମ୍ବନ୍ଧୀୟ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ସ୍ଥାନୀୟ ବ୍ଳକ ସମରଝୋଳ ପଂଚାୟତକୁ ଯାଇ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଅବସ୍ଥାପିତ କଡ଼ ଫୋଖରୀର ସେଯନ୍ଦର୍ଯ୍ୟକରଣ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କଂଚୁରୁ ଛକ ନିକଟରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଖାଉଟିଙ୍କ ଅସମ୍ଭବ ଭିଡ଼ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରୁ ସାରୁ, କଂଚୁରୁ, ଦୟାପଲ୍ଲୀ ପଂଚାୟତକୁ ଯାଇ ପଂଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । କରୋନାକୁ ହଟାଇବା ସକାଶେ ଲୋକଙ୍କୁ କିପରି ଅଧିକାରୁ ଅଧିକ ସଚେତନ କରାଯାଇପାରିବ ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିବା ନେଇ ବିଡ଼ିଓ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ।