ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନର୍ଦ୍ଦମାରେ ପୂର୍ଣ୍ଣ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଟି ନର୍ଦ୍ଦମାରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏସଡିପିଓଙ୍କ କାର୍ଯ୍ୟାଳୟ ଦେଇ କୋର୍ଟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ନର୍ଦ୍ଦମାରେ ପରିପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଛି । ଏହି ରାସ୍ତାରେ ଗତ ବର୍ଷାରେ ଆଣ୍ଠୂଏ ପାଣି ଠିଆ ହୋଇଥିବା ବେଳେ ମାଟିକାଦୁଅରେ ମଧ୍ୟ ପରିପୂର୍ଣ୍ଣ ହୋଇଛି । ସେହି ରାସ୍ତାଦେଇ ବହୁ ବରିଷ୍ଠ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇନଥିବାର ଜଣାପଡିଛି । କେନ୍ଦ୍ରାପଡା ପୈାରସଂସ୍ଥା କିମ୍ବା ପୂର୍ତ୍ତବିଭାଗର ଯନ୍ତ୍ରୀ କେହିବି ଏଥିପ୍ରତି ନଜରଆନ୍ଦାଜ କରିନଥିବା ଦେଖାଯାଇଛି । ଏତଦବ୍ୟତିତ ସେହି ରାସ୍ତାରେ ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିନିବସ ସର୍ବଦା ରଖାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥି ପ୍ରତି ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।