ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରାଯିବ : ଆନ୍ଦୋଳନ କାରୀ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଆନ୍ଦୋଳନ କୁ ୧୧ ଦିନ ପୁରିଲା

ଛତ୍ରପୁର ,(ଦେବଦତ୍ତ ମହାରଣା): ମି ଦେଲୁ,ଚାକିରି ପାଇଁ ୭ ଲକ୍ଷ ଛାଡିଲୁ । ମାତ୍ର ଆମକୁ ଟାଟା ଏପର୍ଯ୍ୟନ୍ତ ନିଯୁକ୍ତି ଦେଇନାହିଁ । ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳ , ଆରଡିସି ଏବଂ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦାବି ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନଙ୍କ କୌଣସି ଦାବି ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି । ଗତ ୧୮ ତାରିଖ ଠୁ ଏହି ଦାବୀ ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ ସୁଦ୍ଧା ଜିଲ୍ଲାପାଳ ସେମାନେ ପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରିବା ନିମନ୍ତେ ସେମାନେ ବାଧ୍ୟ ହେଉଛୁ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ବିସ୍ଥାପିତ ଛାତ୍ର ଛାତ୍ରୀ ମାନେ କହିଛନ୍ତି । ଆନ୍ଦୋଳନକୁ ୧୧ ଦିନ ବିତିଥିଲେ ସୁଦ୍ଧା କୌଣସି ଅଧିକାରୀ ଆମ ଗୁହାରୀ ଟିକିଏ ବୋଲି ଶୁଣୁନାହାନ୍ତି । ଏଥି ନିମନ୍ତେ ଜାନୁୟାରୀ ୨୯ ତାରିଖ ତଥା ଶୁକ୍ରବାର ଦିନ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରାଯାଇ ଅକ୍କୋଳନକୁ ତୀବ୍ର କରାଯିବ ବୋଲି ଶିବସେନା ଟାଟା ମଂଚ (ଗଞ୍ଜାମ ଜିଲ୍ଲା) ସଭାପତି ପି.ତୁଳସୟା ରେଡ୍ଡି ଓ ଶିବସେନାର ରାଜ୍ୟ ନେତା ତଥା ପି.ତୁଳସୟା ରେଡ୍ଡି ଏକ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ