ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ବଦଳି
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ କାର୍ଯ୍ୟାଳୟରେ କେତେକ କର୍ମଚାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ଜିଲ୍ଲା କାର୍ଯ୍ୟଳୟର ରେକର୍ଡକିପର ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ ସାହୁଙ୍କୁ ମାର୍ଶାଘାଇ ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ବେଳେ ମାର୍ଶାଘାଇ ତହସିଲରେ ଥିବା ସୁବ୍ରତ ବେହେରାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ ସେକସନକୁ ବଦଳି କରାଯାଇଛି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସର୍କିଟହାଉସ ଦାୟୀତ୍ୱରେ ଥିବା ପ୍ରଦୀପ ଦାସଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡରୁମରେ ରେକର୍ଡକିପର ଭାବେ ଅବସ୍ଥାପିତ କରାଯାଇଛି ।