ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ଧାରଣା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନ୍ୟାୟ ଦାବୀ କରି ଭିନ୍ନକ୍ଷମ ମହିଳା ସ୍ୱାସ୍ଥ୍ୟ କର୍ମୀ ସପରିବାର ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ମହିଳା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ହେଲେ ପସରା ନିୟୁ ପିଏଚସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏଏନଏମ ବିଦ୍ୟୁତ ଲତା ନାଏକ। ତାଙ୍କ ସ୍ଵାମୀ ଦୀପକ କୁମାର ହଁସ ମଧ୍ୟ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତେବେ ଦାରିଙ୍ଗବାଡି ସିଏଚସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସିଆଙ୍ଗବାଲି ରେ ଏଏନଏମ ଭାବେ ବିଦ୍ୟୁତ କାମ କରିବାବେଳେ, ସ୍ୱାସ୍ଥ୍ୟୁଗତ ସମସ୍ୟା ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ଏ ନେଇ ବିଭାଗୀୟ କତୃପକ୍ଷଙ୍କୁ ଗୁହାରୀ କରି ନିରାଶ ହେବା ପରେ ଶେଷରେ ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟୁତ ଲତାକୁ ଦାରିଙ୍ଗବାଡ଼ି ସିଆଙ୍ଗ ବାଲିରୁ ନିଜ ଗ୍ରାମ ପସରା କୁ ସିଡିଏମଓ ଡେପୁଟେସନରେ ଆଣିଥିଲେ । ହେଲେ ଆସିବାର ବର୍ଷଟିଏ ନ ହେଉଣୁ ପୁଣି ସିଡ଼ିଏମଓ ତେପୁଟେ ସନ ବାତିଲ କରିବା ସହ କାର୍ଯ୍ୟ କରିବାଲାଗି ଏଏନଏମ ବିଦ୍ୟୁତର ମାନସିକ ସ୍ଥିତି କିପରି ରହିଛି ସେ ନେଇ ବ୍ରହ୍ମପୁର ମେଡିକାଲ ବୋର୍ଡରେ ହାଜର ହୋଇ ସାଟିଫିକେଟ ଆଣିବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବେ ଚିଠି ଲେଖିବା ଫଳରେ ବିଦ୍ୟୁତ ଓ ତାଙ୍କ ଭିନ୍ନକ୍ଷମ ସ୍ୱାମୀ ଦୀପକ ହଁସ ମଧ୍ୟ ମାନସିକ ଦ୍ଭାରସାମ୍ୟ ହରାଇଥିବା ଅଭିଯୋଗ ହୋଇଛି । ସିଡ଼ିଏମଓ ଏହାର ବିଚାର କରି ଡ଼େପୁଟେସନ କ୍ୟାନସେଲେସନକୁ ରଦ୍ଦ କରିବାପାଇଁ ବିଦ୍ୟୁତ ଓ ଦିପକ ପ୍ରମୁଖ ଦାବୀ କରିଛନ୍ତି । ଦୀପକଙ୍କ ପରିବାରକୁ ଜାଣି ଶୁଣି ହଇରାଣ କରାଯାଉଥିବା ଦୀପକ ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବୀ ହେଉଛି ।