ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫-ଟି ଫେଲ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫-ଟି ଫେଲମାରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପଦରୁ ଅବସର ନେଇଥିବା ଜଣେ କର୍ମଚାରୀଙ୍କୁ ବେଆଇନ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ଷ୍ଠେନୋଗ୍ରାଫର ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତ ୧୯୯୯ ମସିହା ଜୁଲାଇମାସ ୫ତାରିଖରେ ବାଲେଶ୍ୱର-ମୟୁରଭଞ୍ଜ ମେଜର ସେଟେଲମେଂଟ ଚାର୍ଜ ଅଫିସରଙ୍କ କାର୍ଯ୍ୟାଳୟରୁ କନିଷ୍ଠ କିରାଣି ପଦରୁ ଭାରମୁକ୍ତ ହୋଇ ସେହିମାସ ୬ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ କନିଷ୍ଠ କିରାଣି ଭାବେ କାର୍ତ୍ତିକ ଚନ୍ଦ୍ର ପୃଷ୍ଟି ଯୋଗଦେଇଥିଲେ । ୨୦୧୧ମସିହା ଜୁଲାଇମାସ ୨୦ତାରିଖରେ କନିଷ୍ଠ କିରାଣି ଶ୍ରୀ ପୃଷ୍ଟି ବରିଷ୍ଠ କିରାଣି ଭାବେ ପଦୋନ୍ନତି ପାଇ ପୁନର୍ବାର ସେହି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେଇଥିଲେ । ଗତ ୨୦୧୭ମସିହା ଅଗଷ୍ଟମାସ ୩୧ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବରିଷ୍ଠ କିରାଣି ପଦରୁ ଅବସର ନେଇଥିବା ଶ୍ରୀ ପୃଷ୍ଟିଙ୍କୁ ପୁନର୍ବାର ଗତ ୨୦୧୭ମସିହା ଅକ୍ଟୋବରମାସ ୧୨ତାରିଖରେ ଅର୍ଡର ନମ୍ବର – ୧୭୮୮୪ ରେ ନୂତନ ନିଯୁକ୍ତି ପ୍ରଦାନ କରାଗଲା ଓ ଶ୍ରୀ ପୃଷ୍ଟି ସେହି ନିର୍ଦେଶ ଅନୁଯାଇ ଜୁନିଅର ଷ୍ଟେନୋଗ୍ରାଫର ପଦବୀରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେହି ଅକ୍ଟୋବରମାସ ୧୨ତାରିଖରେ ଯୋଗଦେଇଥିବା ସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ନିମନ୍ତେ ବିଜ୍ଞାପନ ନିର୍ଦେଶନାମା ନମ୍ବର ୭୮୬୭ ତା ୧୬.୦୮.୨୦୧୭ରିଖରେ ଉଲ୍ଲେଖ ରହିଥିଲା ଯେ ଅବସରପ୍ରାପ୍ତ ବ୍ୟକ୍ତିଗତ ସହକାରୀ(ପରସୋନାଲ ଆସିଷ୍ଟାଂଟ),ସିନିଅର ଷ୍ଟେନୋଗ୍ରାଫର, ଜୁନିଅର ଷ୍ଟେନୋଗ୍ରାଫରଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖାଲିଥିବା କନିଷ୍ଠ ଷ୍ଟେନୋଗ୍ରାଫର,ବରିଷ୍ଠ ଷ୍ଠେନୋଗ୍ରାଫର ଓ ବ୍ୟକ୍ତିଗତ ସହକାରୀ(ପରସୋନାଲ ଆସିଷ୍ଟାଂଟ) ପଦରେ ପୁନଃନିଯୁକ୍ତି ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ୬୫ବର୍ଷ ବୟସରୁ କମ ବୟସ ହୋଇଥିବା ତଥା ସେହିପଦରୁ ଅବସର ନେଇଥିବା କର୍ମଚାରୀମାନେ କେବଳ ଉପରୋକ୍ତ ପଦ ନିମନ୍ତେ ଦରଖାସ୍ତ କରିପାରିବେ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଥିଲା । କିନ୍ତୁ ଶ୍ରୀ ପୃଷ୍ଟିଙ୍କ ଭଳି ଜଣେ ବରିଷ୍ଠ କିରାଣୀ ଯେକି ଦୀର୍ଘ ୧୯ବର୍ଷ ୨ମାସ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଲଗାତର ଭାବେ କାମକଲେ ସେହି କର୍ମଚାରୀଙ୍କୁ ୍ର ଅବସର ଗ୍ରହଣ କରିବାର ମାତ୍ର ଏକମାସ ୧୧ଦିନ ପରେ ସମସ୍ତ ସରକାରୀ ଆଇନକାନୁନକୁ ଆଖିବୁଜିଦେଇ ଜୁନିଅର ଷ୍ଟେନୋଗ୍ରାଫର ପଦରେ ପୁନଃ ନିଯୁକ୍ତି ପ୍ରଦାନ କରିବା ଘଟଣା ସରକାରଙ୍କ ୫-ଟିକୁ ଖୋଲାଖୋଲି ଭାବେ ଉଲଙ୍ଘନ କରୁଥିବା ସମାଜସେବୀ ଅମରବର ବିଶ୍ୱାଳ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାତକ୍ଷାତକରି ଲିଖିତ ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ସେହି କର୍ମଚାରୀଙ୍କ ପାଇଁ ଏବେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ବିନା ବିଜ୍ଞାପନରେ ତାଙ୍କ ପୁନଃ ନିଯୁକ୍ତିକୁ ଆହୁରି ଏକବର୍ଷ ନିମନ୍ତେ ବୃଦ୍ଧି କରିଦିଆଯାଇଥିବା ମଧ୍ୟ ଶ୍ରୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଦୁର୍ନିତୀକୁ କେଭେବି ବରଦାସ୍ତ ନକରିବାକୁ ସାଧାରଣରେ ଆହ୍ୱାନ ଦେଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିଜ କାର୍ଯ୍ୟାଳୟରେ କିଭଳି ଏତେବଡ ବେଆଇନ କାର୍ଯ୍ୟ ହୋଇପାରୁଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ଜିଲ୍ଲାପାଳ ଶ୍ରୀ ବର୍ମା ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ