ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ମିଶନ ଶକ୍ତି କାଫେ’ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ଏବଂ ମିଶନ ଶକ୍ତି ସହଯୋଗରେ କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ଏକ ଅତ୍ୟାଧୁନିକ କଫି ଷ୍ଟଲ ‘ମିଶନ ଶକ୍ତି କାଫେ’ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଉଦଘାଟିତ ହୋଇିଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଉଦଘାଟନ କରିଥିଲେ । କିନ୍ନର ଏସଏଚଜିଙ୍କୁ ସ୍ୱାବଲମ୍ବୀ କରିବା ସାଙ୍ଗକୁ ଏଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କବକଅବ, ଜିଲ୍ଲା ଭିନ୍ନକ୍ଷମ ସାମାଜିକ ନିରାପତ୍ତ ଓ ସଶକ୍ତିକରଣ ଅଧିକାରୀ ତରୁଣ ତପନ ପ୍ରହରାଜ ଉତ୍ସବରେ ଉପସ୍ଥିତ ଥିଲେ । ଉତ୍ତର ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପରିଚାଳିକାରୁକସାନା ଖାତୁନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । କିନ୍ନର ସଙ୍ଗଠନର ମୁଖ୍ୟ ରାଣୀ କିନ୍ନରଙ୍କ ସମେତ ଜଳେଶ୍ୱର ଅଞ୍ଚଳର କିନ୍ନର ସହାୟକ ଗୋଷ୍ଠୀର କର୍ମକର୍ତ୍ତା ନିହାରିକା କିନ୍ନର, ବାସନ୍ତି କିନ୍ନର, ସାଲୋନି କିନ୍ନର, ଲଭଲି କିନ୍ନର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଅଫିସ ସମୟରେ ସକାଳ୧୦ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଷ୍ଟଲ ଖୋଲା ରହିବ । ଏଠାରେ ଚା, କଫି, ଗ୍ରୀନ ଟି ଓ ବିଭିନ୍ନ ପ୍ରକାରର ବିସ୍କୁଟ ଓ ସ୍ନାକ୍ସ ପ୍ରଭୃତି ସୁଲଭ ମୂଲ୍ୟରେ ବିକ୍ରି ହେବ ବୋଲି କିନ୍ନର ସଙ୍ଘ କର୍ମକର୍ତ୍ତାମାନେ କହିଛନ୍ତି । ଜଳେଶ୍ୱର ଅଞ୍ଚଳର କିନ୍ନର ସୟଂସହାୟକ ଗୋଷ୍ଠୀ ଏହି ଷ୍ଟଲ ଖୋଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ