ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ମିଲର ମାନେ ଧାନ ନେବାରୁ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ପ୍ରଶାସନିକ ଅଧିକାରୀ ମାନେ ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ୟସ୍ତ ରହୁଥିବା ବେଳେ ଚାଷୀଙ୍କ ଗୁହାରୀ କେହି ଶୁଣୁ ନାହାଁନ୍ତି । ଯାହାଫଳରେ ଚାଷୀକୂଳ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଣ୍ଡର ଝାଳ ତୁଣ୍ଡରେ ମାରି ବର୍ଷତମାମ ବିଲରେ ଖଟି ଚାଷୀ ଅନେଇ ଥାଏ କିଛି ଟଙ୍କା ମିଳିଲେ ପରିବାର ଚଳିବା ସହ ଚାଷ ପାଇ ଆଣିଥିବା ଋଣ ସୁଜିବା ନିମନ୍ତେ । ମାତ୍ର ଚଳିତ ବର୍ଷ ଜିଲ୍ଲାର ଚାଷୀମାନଙ୍କୁ ଦୁଇ ଦୁଇ ଥର ଅଦିନିଆ ବର୍ଷା ଯୋଗୁଁ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଏବେ ଅମଳ ଧାନ ଅନେଇ ବସିଛନ୍ତି କେବେ ମଣ୍ଡିରେ ଧାନ ସେମାନଙ୍କ କିଣାଯିବ । ମିଲର ମାନଙ୍କ ମନମୁଖୀ ଯୋଗୁଁ ଚାଷୀ ମାନଙ୍କ ଧାନ ସଠିକ୍ ଭାବେ ଜିଲ୍ଲାର ବିଭିନ୍ନ ଅଂଚଳରେ କିଣା ଯାଉନାହିଁ । ଭଲ ଧାନ ଗମୁ ଧାନ ବାହାନା ଦେଖାଇ ମିଲର ମାନେ ଆସୁନାହାଁନ୍ତି କିମ୍ବା ଚାଷୀଙ୍କ ଠାରୁ ଧାନ ନେଉନାହାଁନ୍ତି । ଯାହା ଫଳରେ ଟୋକେନ୍ ମିଳିଥିବା ଚାଷୀଙ୍କ ଅବଧି ଶେଷ ହୋଇଯାଇଛି ତ ଆଉ କେତକ ଚାଷୀଙ୍କ ଅବଧି ଶେଷ ଆଉ ଅଳ୍ପ ଦିନ ରହିଛି । ଏନେଇ ଚାଷୀମାନେ ବାରମ୍ବାର ସମବାୟ, ଓ ଯୋଗାଣ ବିଭାଗର ଅଧିକାରୀ ମାନଙ୍କୁ ଜଣାଇଲେ ସୁଦ୍ଧା ସେମାନଙ୍କ ଗୁହାରୀ କିଏ ବୁଝୁ ନାହାଁନ୍ତି । ଯାହାଫଳରେ ସେମାନେ ଅନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ