ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା ଓ ଟ୍ରାନ୍ସଜେଣ୍ଡର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ରଶ୍ମିତା କୁମାରୀ ରାଉଳଙ୍କୁ ଧରାକୋଟ ବ୍ଲକ କୁ ବଦଳି କରିବା ଦାବି ନେଇ ଶୁକ୍ରବାର ବହୁ ମହିଳା ଓ ଟ୍ରାନ୍ସଜେଣ୍ଡର ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ରଶ୍ମିତା ରାଉଳ କିଛି ଦିନ ହେବ ଘରୋଇ ସମସ୍ୟା ଯୋଗୁଁ ସ୍କୁଲ କୁ ନ ଯାଇପାରି ଅର୍ଥାଭାବରୁ ଦିନ କାଟୁଛନ୍ତି । ଏଣୁ ତାଙ୍କୁ ତାଙ୍କ ଶାଶୁଘର ନିକଟ ଧରାକୋଟ ବ୍ଲକକୁ ସ୍ଥାନାନ୍ତରିତ କରିବା ପାଇଁ ଏହି ସ୍ମାରକ ପତ୍ର ମାଧ୍ୟମରେ ସେମାନେ ଦାବି କରିଛନ୍ତି । ଏଣୁ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଅଲ ଓଡିଶା ଟ୍ରାନ୍ସଜେଣ୍ଡର ଆଶୋସିଏସନ୍ ର ସଭାପତି ସୁଇଟି ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ଉପସଭାପତି ବିଳାସିନୀ ପାଢୀ, ବିନି ପଟ୍ଟନାୟକ, ବର୍ଷା କିନ୍ନର, ପ୍ରିୟା କିନ୍ନର, ସିମରନ କିନ୍ନର, ଇଶୁ ରାଣୀ ବିଷୋୟୀ, ସର୍ମୀଳା ରାଉଳ, ଲିଲି ସିଂହ, ମାମି ପରିଡା, ସୁନୀତା ସ୍ୱାଇଁ, ପ୍ରତିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।