ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ମାର୍ଶାଘାଇ,ମହାକାଳପଡା ଓ ତନ୍ତିଆପାଳ ଅଂଚଳରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଶୋଷିତ ହୋଇଥିବା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ଦଳିତ ନେତା ସଂଗ୍ରାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ଠାରୁ ଭାରତ ଫାଇନାନ୍ସ ଇନଷ୍ଟିଚ୍ୟୁସନ, ଆରୋହଣ ଫାଇନାନ୍ସ କମ୍ପାନୀ, ଏଲ.ଆଣ୍ଡ ଟି .ଫାଇନାନ୍ସ, ସମତା ଫାଇନାନ୍ସ , ସ୍ପନ୍ଦନ ଫାଇନାନ୍ସ ପ୍ରଭୃତି ଚିଟଫଣ୍ଡ ସଂସ୍ଥା ଗୁଡିକ କୋଟି କୋଟି ଟଙ୍କା ଲୁଟି ନେଇଯାଇଥିବା ବେଳେ ବାରମ୍ବାର ଅଭିଯୋଗ ପରେବି ସରକାର କୈାଣସି ପଦକ୍ଷେପ ନେଉନଥିବା ବକ୍ତାମାନେ ଅଭିଯୋଗ କରିଥିଲେ । ତେଣୁ ଏହିସବୁ ଚିଟଫଣ୍ଡ ସଂସ୍ଥା ଠକେଇ ବିରୋଧରେ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ କରାଯିବାକୁ ସେମାନେ ଦାବି କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ନଗେନ୍ଦ୍ର ଜେନା,ଶସ୍ମିତା ପରିଡା,ସଚିପ୍ରଭା ରାଉତଙ୍କ ସମେତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।