ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପାଟପୁର ୪୮ ଘଣ୍ଟିଆ ସଟ୍ଡ଼ାଉନ୍ ଘୋଷଣା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ୍ରେ କରୋନା ଭୂତାଣୁ ପାଦ ଥାପିବା ପରେ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ମାଡ଼ି ମାଡ଼ି ଚାଲିଛି । ପାଟପୁର ପଞ୍ଚାୟତରରେ ଜଣେ ଔଷଧ ଦୋକାନୀ ଆଡ଼ପଡ଼ା ମେଡ଼ିକାଲରେ କର୍ମଚାରୀ ଭାବେ କାମ କରୁଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଘନେଇଛି । ପଞ୍ଚାୟତର ନସାଧାରଣଙ୍କ ମନରେ ଛନକା ପସିଛି । କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପାଟପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପଞ୍ଚାୟତରେ ବଟେଶ୍ୱର ଛକ ଠାରୁ ଜଗନ୍ନାଥ ମନ୍ଦିର ଯାଏ କଣ୍ଟେନମେଣ୍ଟ ଜୋନ୍ ଏବଂ ପାଟପୁର ପଞ୍ଚାୟତକୁ ସଟ୍ଡ଼ାଉନ୍ ଘେଶଷଣା କରିବା ନେଇ ପାଟପୁର ଗ୍ରାମ ପଞ୍ଚାୟତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଆସନ୍ତା ସୋମବାର ୧୦ ଘଣ୍ଟା ଠାରୁ ବୁଧବାର ୧୦ ଟା ଯାଏଁ ୪୮ ଘଣ୍ଟା ଦୋକାନ ବଜାର ବନ୍ଦ କରିବା ସହ ନିଜ ଘରେ ସୁସ୍ଥ ରୁହନ୍ତୁ ପରିବାରକୁ ସୁସ୍ଥ ରଖନ୍ତୁ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଥିବାର ଦେଖିବାକୁ ମିଳିଛି । ଏନେଇ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ପାଟପୁର ସପଞ୍ଚ ଟି. ବାବୁ ସୁବୁଦ୍ଧି ଫୋନ୍ ଯୋଗେ ସୂଚନା ଦେବା ସହ ଲିଖିତ ପତ୍ର ପ୍ରେରିତ କରିଛନ୍ତି ଏବଂ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଅମିତ କୁମାର ନାୟକ, ପାଟପୁର ଆଇଆଇସି ଅଜୟ କୁମାର ବାରିକଙ୍କୁ ଲିଖିତ ଘୋଷଣାନାମା ଦିଆଯାଇଛି । ଅତ୍ୟାବଶ୍ୟକୀୟ ସ୍ଥଳେ ବାହାରକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ନିର୍ଦ୍ଦେଶ ଜାରି ବେଳେ ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ ୱାର୍ଡ ସଭ୍ୟ ଓ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ସାନଖେମୁଣ୍ଡି ବ୍ଲକ୍ରେ ପ୍ରଥମ ଥର ପାଇଁ ପାଟପୁର ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ।


