ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ୭ ଦିନ ସଟଡ଼ାଉନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୁର୍ଣ୍ଣ ଅଣାୟତ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରରୁ ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪ ଛୂଇଁଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ସହର ମଧ୍ୟ ଏଥିରୁ ବାଦ୍ ପଡ଼ିନି ।ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମଧ୍ୟ ବହୁ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ରହିଥିବା ଏବଂ ସଂକ୍ରମିତ ରହିଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବିଭିନ୍ନ ପଂଚାୟତରେ ସ୍ଥିତି ନିୟନ୍ତ୍ରାଣଧିନ ରହିଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିବା ଏବଂ କିଛି ବ୍ୟକ୍ତି ଜାଣିଶୁଣି ରୋଗକୁ ଲୁଚାଉଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ବ୍ଳକ ଦୁର୍ବନ୍ଧା ପଂଚାୟତରେ ମଙ୍ଗଳବାର ଦୁର୍ବନ୍ଧ ଗ୍ରାମର ୩ ବ୍ୟବସାୟୀ କରୋନା ପଜିଟିଭ ଓ ସଂପୃକ୍ତ ପଂଚାୟତ ଅଧିନସ୍ଥ ଗୋଦରାପଲ୍ଲୀ ଗ୍ରାମର ୨ ବ୍ୟକ୍ତି କରୋନା ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରଂପଚ ରଞ୍ଜୁ ବେହେରା ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଂପୃକ୍ତ ପଂଚାୟତକୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଟଡ଼ାଉନ ଘୋଷଣା କରିଥିଲେ । ସଂପୃକ୍ତ ପଂଚାୟତର ସରଂପଚ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି । ପରିସ୍ଥିତିରେ ସୁଧାର ନଆସିଲେ ଆଗାମୀ ଦିନରେ ସଂପୃକ୍ତ ଦୁଇ ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବ ବୋଲି ସରଂପଚ ଶ୍ରୀମତି ବେହରା କହିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ଗ୍ରାମ ପଂଚାୟତକୁ ଗ୍ରାମର ଯୁବଗୋଷ୍ଠୀଙ୍କ ସହାୟତାରେ ବିଶୋଧିତ କରାଯାଇଛି । ଏହାର ଏକାକିତା ନକଲ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନିକଟକୁ ପ୍ରେରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ