ଜିଲ୍ଲାପାଳଙ୍କ ଗଙ୍ଗାବାଡ ପଞ୍ଚାୟତ ପରିଦର୍ଶନ   

ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା) :  ଗଜପତି ଜିଲ୍ଲାପାଳ ଅନୁପମ ଶାହା ଶନିବାର  “ତିତିଲି” ପ୍ରଭାବିତ ତଥା ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନି ହୋଇଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଥିଲେ।  ପରିଦର୍ଶନ ବେଳେ ସମସ୍ତ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ଦିଆ ଯାଇଥିବା ରିଲିଫ ସାହାୟତା ଓ ପୁନଃ ଥଇଥାନ ବ୍ୟବସ୍ଥାର ଅଗ୍ରଗତି କାର‌୍ୟ୍ୟ କିଭଳି ଚାଲିଛି, ଅଞ୍ଚଳବାସୀ ତିତିଲି ପରେ କିଭଳି ରହିଛନ୍ତି , ଆଉ କ’ଣ ସମସ୍ୟା ରହିଛି , ଥଇଥାନ କରାଯାଇଥିବା ଅଞ୍ଚଳରେ ଗୃହ ନିର୍ମାଣ କାର‌୍ୟ୍ୟ କିଭଳି ଚାଲିଛି ସମସ୍ତ ବିଷୟ ଅଞ୍ଚଳବାସୀଙ୍କୁ ପଚାରି ବୁଝିଥିଲେ।    ଜିଲ୍ଲାପାଳ ଅନୁପମ ଶାହା ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ, ବାରଘରିୟା, ଖଣ୍ଡିମରା, ଚମ୍ପାପୁର  ନିଉ କଲେନି ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ କ୍ଷେତି ଗ୍ରସ୍ତ ଅଞ୍ଚଳବାସୀ ମଧ୍ୟ  ସେମାନଙ୍କର ଗୃହ ନିର୍ମାଣ ବିଳମ୍ବ ହେଉଥିବାର ମୁଖ୍ୟ ସମସ୍ୟା ଉପରେ କହିଥିଲେ। ଏଥିପାଇଁ ବାଲି ଠିକ୍ ରେ ମିଳୁନାହିଁ ଯେହେତୁ ଆନ୍ଦ୍ର ଦେଇ ଆସୁଛି ବୋଲି ଅଭିଯୋଗରେ କହିଥିଲେ। ଜିଲ୍ଲାପାଳ ଶ୍ରୀ ଶାହା ମଧ୍ୟ  ଏ ଦିଗରେ ଆନ୍ଦ୍ରର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ଉଚିତ ବ୍ୟବସ୍ଥା କରିବେ ବୋଲି କହିଥିଲେ।   ପାହାଡ ଉପରେ ବସବାସ କରିଆସୁଥିବା ଅଞ୍ଚଳବାସୀଙ୍କୁ ପାହାଡ ତଳିଆ ଅଞ୍ଚଳରେ ଭଲ ଯାହା ଦେଖି ସେମାନଙ୍କୁ ଜାଗାପଟା ଦେବା ସହ ଯୋଜନା ଟଙ୍କା ଦେଇ ଗୃହ ନିର୍ମାଣ କରାଉଛନ୍ତି। ଅଞ୍ଚଳବାସୀ ମଧ୍ୟ ଏ ଦିଗରେ ବେଶ ଖୁସି ଥିବା ପ୍ରକଟ କରିଛନ୍ତି।    ଜିଲ୍ଲାପାଳଙ୍କ ଏ ପରିଦର୍ଶନ ବେଳେ ବ୍ଳକ ବିଡିଓ ତଥା ତହସିଲଦାର, କନିଷ୍ଟ ଯନ୍ତ୍ରୀ, ଡିଆଇପିଆର, ସହକାରୀ ଜିଲ୍ଲପାଳ, ବ୍ଲକ ଅଧ୍ୟକ୍ଷ, ଆର ଆଇ,  ଗାରବନ୍ଧ ଥାନା ଅଧିକାରୀ, ପୂର୍ବତନ ସରପଞ୍ଚ ସମେତ ବ୍ଲକ ସ୍ତରିୟ ଅଧିକାରୀ ଏବଂ କର୍ମଚାରୀମାନେ ଗ୍ରସ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ