ଜିଲ୍ଲାପାଳଙ୍କ ଗ୍ରାମ ସଂସଦ ଗୃହ ପରିଦର୍ଶନ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା ବ୍ଲକ ପରିଦର୍ଶନ କରି ସାରିବା ପରେ ଶେଷରେ ବୁଗୁଡା ବ୍ଲକ ପରିଦର୍ଶନ କରିଥିଲେ। ବୁଗୁଡା ବ୍ଲକର କରସିଙ୍ଗି ପଞ୍ଚାୟତର ଗ୍ରାମ ସଂସଦ ଗୃହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଥିଲେ। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସେଠାରେ ଉପସ୍ଥିତ ଥିବା ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ସେଠୀ ଓ କନିଷ୍ଠ ଯନ୍ତ୍ରୀ ବୃନ୍ଦଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଲୋକମାନଙ୍କ ସହ ଆଲୋଚନା କରି ଫେରିଥିଲେ। କରସିଙ୍ଗି ପାଞ୍ଚାୟତ ସରପଞ୍ଚ, ପାଞ୍ଚାୟତ କାର୍ଯନିର୍ବାହୀ ଅଧିକାରୀ ଓ ଗ୍ରାମୀଣ ରୋଜଗାର ସେବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


