ଜିଲ୍ଲାପାଳଙ୍କ ଜନଶୁଣାଣି,ଗ୍ରହଣ ହେଲାନି ଦରଖାସ୍ତ,ହତାଶାରେ ଫେରିଲେ ଅସହାୟ ମହିଳା

ଉଦଳାରେ ମୟୂରଭଂଜ ଜିଲ୍ଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ଜନଶୁଣାଣି ଶିବିରରେ ଶତାଧିକ ଅଭିଯୋଗର ଶୁଣାଣି ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ,ଦୁଇଜଣ ଅସହାୟ ବୃଦ୍ଧାଙ୍କ ଦରଖାସ୍ତ ଗ୍ରହଣ କରାନଯିବା ଘଟଣା ସରକାରୀ କଳର ସ୍ୱଚ୍ଛତା ଓ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛିଜ୍ଝଘଟଣା ଏହିକି,ଉଦଳା ଥାନା ଅଂଚଳର କସ୍ତରୀ ପାତ୍ର ନାମକ ଜନୈକ ଅସହାୟ ମହିଳାଙ୍କ ସଂପର୍କୀୟମାନେ ତାଙ୍କୁ ମୃତ ଦର୍ଶାଇ ସଂପତ୍ତି ହଡପ ଘଟଣାରେ ୨୦୦୫ରୁ ଅଦାଲତରୁ ନ୍ୟାୟ ପାଇବାପରେ ନିଜର ହକହାସଲ ପାଇଁ ସ୍ଥାନୀୟ ପ୍ରସାସନ ନିକଟରୁନିରାଶ ହେବାପରେ ଜିଲ୍ଲପାଳଙ୍କୁ ଦରଖାସ୍ତ ଦେବାକୁ ଆସିଥଲେ,ମାତ୍ର ଦରଖାସ୍ତ ଗ୍ରହଣକାରୀ ସ୍ଥାନୀୟ ତହସିଲଦାରଙ୍କୁ ଭେଟିବାକୁ ପରାମର୍ଶ ଦେଇ ଦରଖାସ୍ତ ଗ୍ରହଣ ନକରି ଫେରାଇ ଦେଇଥିଲେଜ୍ଝସେହିପରି ଖୁଣ୍ଟା ଅଂଚଳର ବାସନ୍ତୀ ବେହେରା ନାମକ ଜନୈକ ମହିଳା ତାଂକର ଘରବାରୀ ଚିହ୍ନଟ ନିମନ୍ତେ ଖୁଣ୍ଟା ତହସିଲଦାରଙ୍କୁ ବାରମ୍ବାର ଭେଟି ନିରାଶ ହୋଇ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବାବେଳେ ତାଙ୍କୁ ମଧ୍ୟ ଅନୁରୂପ ଭାବେ ଫେରେଇଦିଆଯାଇଥିଲା,ପ୍ରଶ୍ନଉଠେ ଯଦି ଘଟଣାରେ ନ୍ୟାୟଦେବାର ଖ୍ୟମତା ତହସିଲଦାରଙ୍କରଅଛି,ତେବେ ଏତେଦିନ ସେମାନେ ନ୍ୟାୟପାଇବାରୁ ବଂଚିତ ହୋଇଥିଲେ କାହିଁକି ଏବଂ ଯଦି ସେମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ସେମାନଙ୍କୁ ନିରାଶ କରାଗଲା କେଉଁନ୍ୟାୟରେ ବୋଲି ସାଧାରଣରେ ଚର୍ଚ୍ଚା ଯୋର୍ ଧରିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ