ଜିଲ୍ଲାପାଳଙ୍କ ଜିରାଙ୍ଗ ଗସ୍ତ;ନିର୍ମାଣ ହେବ ପାନ୍ଥନିବାସ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ଓଡ଼ିଶାର ଦ୍ୱତୀୟ ବୃହତ୍ତମ ବ୍ଲକ ଏଠାକାର ପ୍ରାକୃତିକ ଦୃଶ୍ୟ ଅତି ମନୋହର ପ୍ରତ୍ୟକ ସ୍ଥାନ ସବୁଜ ଜଙ୍ଗଲ,ଗଛ,ଝରଣାରେ ଭରପୁର,ଏହା ସହ ଆକର୍ଷଣ କରୁଛି ଜିରାଙ୍ଗ ପଦ୍ମସମ୍ବବ ବୌଦ୍ଧ ମନ୍ଦିର,ଖସଡ଼ା ଜଳ ପ୍ରପାତ ଏହି ସ୍ଥାନ ଗୁଡିକରେ ପର୍ଯ୍ୟଟନ ଋତୁ ସମୟରେ ଓଡ଼ିଶା ତଥା ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ବୁଲିବା ସହ ବହୁ ମଜା ନିୟନ୍ତି ଲୋକେ | କିନ୍ତୁ ଏଠି ରହିବା ବ୍ୟବସ୍ଥା ଅତି କମ ଥିବାରୁ ଲୋକେ ନିକଟସ୍ଥ ବୁଡୁ ହୋଟେଲ କିମ୍ବା ଚନ୍ଦ୍ରଗିରି ବଙ୍ଗଳାରେ ରୁହନ୍ତି | ଘରଭଡ଼ା ଅଧିକ ପରିମାଣର ହୋଇଥିବାରୁ ଲୋକମାନେ ଏହି ସ୍ଥାନରେ ଅଧିକ ଦିନ ରହିପାରନ୍ତି ନାହିଁ | ଏହାକୁ ନଜର ରଖି ଜିଲ୍ଲାପାଳ ଅନୁପମ ସାହା ଆଜି ଦିନିକିଆ ପାଞ୍ଚଆମ୍ବ ଗସ୍ତକରି ଏକକୋଟି ପାନ୍ଥନିବାସ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି | ଏହାସହ ଜିରାଙ୍ଗ ବୌଦ୍ଧମନ୍ଦିର,ପଦ୍ମସମ୍ଭବ ନିର୍ମାଣ ହେଉଥିବା ଜଳପ୍ରକଳ୍ପ ପାର୍କ ପରିଦର୍ଶନ କରିଛନ୍ତି | ଏହାକୁ ଆକର୍ଷଣ ଓ ସୌନ୍ଦର୍ଯ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ସହ ଜିଲ୍ଲା ବନ ଅଧିକାରୀ,ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ଉପସ୍ଥିତ ରହି ନିର୍ମାଣ ବିଷୟରେ ଆଲୋଚନା କରିଥିଲେ |