ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ସାମ୍ବାଦିକଙ୍କ କଳା ବ୍ୟାଚ ପିନ୍ଧିବା ନିଷ୍ପତ୍ତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହେବା ପରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଘରୋଇ ଚ୍ୟାନେଲର ପ୍ରତିନିଧି ରାଧାକାନ୍ତ ମହାନ୍ତି ଓ ପ୍ରଶାନ୍ତ କୁମାର ନାୟକ ଏକ ନ୍ୟୁଜ ସଙ୍କ୍ରାନ୍ତୀୟ ପ୍ରତିକ୍ରୀୟା ଆଣିବା ପାଇଁ ଯାଇଥିବା ବେଳେ ଜିଲ୍ଲାପାଳ ତାଙ୍କୁ ପୂର୍ବ ପ୍ରସାରିତ ଏକ ଖବରକୁ ନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତମେମାନେ କାମଳ ସାମ୍ବାଦିକତା କରୁଛ ବୋଲି ଆକ୍ଷେପ କରିଥିବା ସାମ୍ବାଦିକ ଦ୍ୱୟ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ତୁମକୁ ଜେଲ ପଠାଇ ଦେବି ବୋଲି ମଧ୍ୟ ଜିଲ୍ଲାପାଳ କହିଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ନିକଟରେ କନିକାର ବରିଷ୍ଠ ସାମ୍ବାଦିକ ଶିବରାମ ଦାସଙ୍କୁ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । ଉଭୟ ଘଟଣାକୁ ଆଜିର ବୈଠକରେ ଘୋର ନିନ୍ଦା କରାଯାଇଥିଲା । ଏହି ଅଭିଯୋଗ ପାଇଲା ପରେ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାରର ପ୍ରତିବାଦରେ ଆସନ୍ତା କାଲି ଜିଲ୍ଲାର ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ପତି, ଚିତ୍ତରଞ୍ଜନ ସାହୁ, ଗଣେଶ ଚନ୍ଦ୍ର ସାମଲ, ଚିତ୍ତରଞ୍ଜନ ଦାସ, ଜଗନ୍ନାଥ ଧଳ, ଜୀବନ କୁମାର ସିଂ, ପରେଶ ଦାସ, ମାତୃଦତ୍ତ ମହାନ୍ତି, ପ୍ରଭାତ ପରିଡା, ସନ୍ତୋଷ ପଣ୍ଡା, ମନୋଜ କୁମାର ସ୍ୱାଇଁ, ରାଜେଶ ବେହେରା, ପ୍ରଭାତ ଲେଙ୍କା, ବିରେନ ଦାସ, ପ୍ରଶାନ୍ତ ନାୟକ, ରାଧାକାନ୍ତ ମହାନ୍ତି, ଦେବଦତ୍ତ ଦାଶ, କୈଳାସ ସାହୁ, ପ୍ରସନ୍ନ ଧଳ, ଲକ୍ଷ୍ମୀକାନ୍ତ ନାୟକ, ମହେଶ ପାଢି, ରବିନ ଦାଶ, ଦିଲ୍ଲିପ ମହାନ୍ତି, ସନ୍ତୋଷ କର, ଶିବାଶିଷ ମହାନ୍ତି, ବଳରାମ ବେହେରା, ନୟନମଣୀ ସାମଲ, ହରେକୃଷ୍ଣ ବେହେରା, ରାକେଶ ଲେଙ୍କା, ସ୍ୱପ୍ନାମୟୀ ପଣ୍ଡା, ଜଗଦିଶ ପତି ପ୍ରମୁଖ ଉପସ୍ଥିତ ଥିଲେ ।