ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୩ ଗୋଟି ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଆଉ ଉଦୟଗିରି ବ୍ଳକ ଅନ୍ତର୍ଗତ ଅନାଘା ଗ୍ରାମପଞ୍ଚାୟତର ତୁବୁରୁ ସିଙ୍ଗି, ବାଲି ଗୁଷା, ନେନୁ ସାହି ତିନୋଟି ଗ୍ରାମବ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ତିନି ଖଣ୍ଡ ଗ୍ରାମର ଜନ ସଂଖ୍ୟା ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ତିନି ଖଣ୍ଡ ଗ୍ରାମ ପରସ୍ପର ଗୋଟିଏ କିଲୋମିଟର ଦୁରତ୍ବରେ ଅବସ୍ଥିତ । ପ୍ରକାଶ ଥାଉକି ଗ୍ରାମକୁ ମାଟି ରାସ୍ତା ବା ଯୋଗୁଁ ବର୍ଷା ହେଲେ ରାସ୍ତା ଶୋଚନୀୟ ହୋଇପଡୁଛି କୌଣସି ଯାନ ଗ୍ରାମକୁ ଯାଇପାରୁ ନାହିଁ ଶିକ୍ଷା ସ୍ୱାସ୍ଥ୍ୟ, ଗର୍ଭବତୀ ମାଆ ମାନଙ୍କୁ ଭାର କରି ବୋହି ଆଣିବାକୁ ପଡ଼ୁଛି ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ସକାଶେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଢ଼ୁଛି ।ଏହି ଅସୁବିଧା ଦୂର କରିବା ସକାଶେ ଏକ ମାତ୍ର ମାତ୍ର ବିକଳ୍ପ ହେଉଛି ଗ୍ରାମକୁ ଓ ପକ୍କା ରାସ୍ତା ସଂଯୋଗୀ କରଣ। ଏହି ସମସ୍ୟାର ସମାଧାନ କେବଳ ପନ୍ଥା ରାସ୍ତା ।ଏ ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିବା ଜଣାପଡ଼ିଛି ।


