ଜିଲ୍ଲାପାଳଙ୍କ ଦ୍ୱାରା ସଂଯୁକ୍ତ ଜନଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମୋଟ ୬୯ଟି ଅଭିଯୋଗର ସମାଧାନ ପାଇଁ ପଞ୍ଜିକରଣ ହୋଇଥିଲା ।  ଅଭିଯୋଗ ଗୁଡିକମଧ୍ୟରୁ କେତେକ ଗୋଷ୍ଟିଗତ ହୋଇଥିବା ବେଳେ କେତେକ ବ୍ୟକ୍ତିଗତ ସମସ୍ୟା ରହିଥିଲା । ଏଥିମଧ୍ୟରୁ ଗୋଟିଏ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଏହି ଅବସରରେ ହିତାଧିକାରୀଙ୍କୁ ପଟ୍ଟା ମଧ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ଜିଲ୍ଲାପରିଷଦ ଜୋନ୍-୦୧ର ସଭ୍ୟା ଆର୍.ରାଜଲକ୍ଷ୍ମୀ, କାଶୀନଗର ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ, ତହସିଲଦାର ଲୋରେମାନ ଖର୍ସେଲ ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ