ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ ଞ୍ଚରିଳିଫ ସାମଗ୍ରୀ ବଂଟନରେ ଅନିୟମିତତା

ନାଉଗାଁ : ବାତ୍ୟା ଫନି ଓଡିଶାର ଉପକୂଳ ଜିଲ୍ଲା ଗୁଡିକୁ ଦୋହଲାଇ ଦେଇଛି । ଏହି ସାମୁଦ୍ରିକ ଝଡ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ରିଲିଫ ସାମଗ୍ରୀ ସୂଚାର ରୁପେ ବଂଟନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବ୍ଳକର ରିଲିଫ ସାମାଗ୍ରୀ ପରିଚାଳନା ଦାୟିତ୍ୱ ବିଡିଓ ମାନଙ୍କ ଦ୍ୱାରା କରାଯିବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ନାଉଗାଁ ବ୍ଳକ ପ୍ରଶାସନ ଫୁ କରି ଦେଇଛି । ବାତ୍ୟା ଆରମ୍ଭରୁ ରନ୍ଧା ଖାଦ୍ୟ ଯୋଗାଇବାରେ ଅନିୟମିତତା ହୋଇଥିବା ବେଳେ ବର୍ତମାନ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ବଂଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ବ୍ଳକ ଯୋଗାଣ ବିଭାଗ ତଥ୍ୟ ଅନୁଯାଇ ସମୁଦାୟ ୧୬ଟି ପଂଚାୟତରେ ୩୧ଟି ଖାଉଟି ସାମଗ୍ରୀ ବଂଟନ କେନ୍ଦ୍ର ରହିଛି । ଏହି ସମସ୍ତ କେନ୍ଦ୍ର ଅଧିନରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୧୬ହଜାର ୬୩୭ଟି ରାସନ କାର୍ଡ ରହିଥିବା ବେଳେ ଏଥିରେ ୬୫ ହଜାର ୦୭୮ଜଣ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ମୁଣ୍ଡପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୨.୫ ଲିଟର କିରୋସିନ ତେଲ ମାଗଣାରେ ଯୋଗାଇ ଦେବା ସହିତ ୫ ଶହ ଟଙ୍କା ସହାୟତା ରାଶି ଏକକାଳିନ ପ୍ରଦାନ କରିବା ପାଇଁ ନିୟମ ରହିଛି । କିନ୍ତୁ ବ୍ଲକରେ ଥିବ ୩୧ଟି ଖାଉଟି ସାମଗ୍ରୀ ବଂଟନ କେନ୍ଦ୍ରରେ ଏହି ନିୟମ ପାଳନ ହେଉ ନଥିବା ଅଭିଯୋଗ ହେଉଛି । କେଉଁଠି ହିତାଧିକାରୀଙ୍କୁ ୫ ଶହ ଟଙ୍କା ଦିଆଯାଇଥିବା ବେଳେ ଆଉ କେଉଁଠି କେବଳ ଚାଉଳ ଯୋଗାଇ ଦିଆଯାଇଛି । ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଷୟ ଗତ ଦୁଇ ତାରିଖ ଠାରୁ ନାଉଗାଁ ବ୍ଳକ ବାସିନ୍ଦା ଅନ୍ଧାରରେ ରହୁଥିବା ବେଳେ ବାତ୍ୟା ପଇଁ ଉଦିଷ୍ଟ କିରୋସିନ ତେଲ ଅଦ୍ୟାବଧି ବଂଟନ କରାଯାଇ ନଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ରାସନ କାର୍ଡ ନଥିବା ଲୋକମାନଙ୍କୁ ପରିବାର ପିଛା ୨.୫ ଲିଟର କିରୋସିନ ତେଲ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଏପରିକି ବାତ୍ୟା ପରେ ଅଧିକାଂଶ ଖାଉଟି ସାମଗ୍ରୀ ବଂଟନ କେନ୍ଦ୍ରରେ କିରୋସିନ ତେଲ ମହଜୁତ ରହିଥିବା ବେଳେ ସେମାନେ ହିତାଧିକାରୀଙ୍କୁ ରିଲିଫ ଅନୁଯାଇ ନଦେଇ ବକେୟା ଥିବା ୨ମାସର ତେଲକୁ ପ୍ରତି କାର୍ଡ ପଛା ୫ଲିଟର ପରିବର୍ତେ ୪.୫ ଲିଟର ଲେଖାଏଁ ଦେଇ ସମୁଦାୟ ୧୬୦ଟଙ୍କା ନେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାତ୍ୟା ପାଇଁ ଉଦ୍ଧିଷ୍ଟ ଚାଉଳ ଓ କିରୋସିନ ତେଲ ଆସି ନାହିଁ ବୋଲି ଖାଉଟି ସାମଗ୍ରୀ ବଂଟନ କାରୀ ପ୍ରକାଶ କରିଛନ୍ତି । ବାତ୍ୟା ସମୟରେ ରିଲିଫ କିରୋସିନ ମିଳୁ ନଥିବା ବେଳେ ଗତ ଦୁଇ ମାସର କିରୋସିନକୁ ବର୍ତମାନ ଦିଆଯାଉଥିବା ରିଲିଫ ସାମଗ୍ରୀ ବଂଟନର ସ୍ୱଛତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ବିଷୟକୁ ନେଇ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ପଚାରିବାରୁ ସେ ଖୁଚୁରା ବେପାରୀଙ୍କ ସହିତ କଥା ହୋଇ କହିବେ ବୋଲି ଉତର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ