ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପିଆଜ ବିକ୍ରୀ
ଛତ୍ରପୁର,: କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁଆଁ ଯୋଗୁଁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବତି କରିଛି । ଏନେଇ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରେ ରଖି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କ ନିତାନ୍ତ ଆବଶ୍ୟକ ରହିଥିବା ଆଳୁ ଓ ପିଆଜକୁ ସରକାରୀ ଖୁଚୁରା କେନ୍ଦ୍ରରେ ସୁଲଭ ଦରରେ ବିକ୍ରୀ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତ୍ରପୁର ସହରରେ ପିଆଜ କୁ ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ନିଖୀଳକୁମାର ବସ୍ତିଆ ଉପସ୍ଥିତିରେ ରିକାପଲ୍ଲୀ ସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଓ ଷ୍ଟେସନ ରୋଡସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଠାରେ ପିଆଜ କିଲୋ ପିଛା ୪୦ ଟଙ୍କା ମୂଲ୍ୟରେ ବିକ୍ରୀ କରାଯାଇଛି । ଏହିପରି ଭାବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଓ ଦିଗପହଣ୍ଡି, ଏବଂ ଅନ୍ୟାନ୍ୟ ସହର ଗୁଡିକର ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଠାରେ ପିଆଜ ବିକ୍ରୀ ହୋଇଥିବା ସୂଚନା ମିଳିଛି ।