ଜିଲ୍ଲାପାଳଙ୍କ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତି ସମୀକ୍ଷା

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକର ଭରତପୁର ପଂଚାୟତକୁ ପରିଦର୍ଶନରେ ଯାଇ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ବର୍ମା ଭରତପୁର ପଂଚାୟତ ପରିଦର୍ଶନ କରି ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତଙ୍କ ସହିତ ଆଇସୋଲେସନ କେନ୍ଦ୍ରର ପ୍ରସ୍ତୁତି, ଲକଡାଉନ ଉଠିବା ପରେ ପଂଚାୟତକୁ ଆସିବା ପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନଙ୍କ ପଞ୍ଜିକରଣ ତାଲିକା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ପଂଚାୟତକୁ ଆସିବାକୁ ଥିବା ରାଜ୍ୟ ବାହାର ଲୋକଙ୍କୁ ଯେପରି ଆଇସୋଲେସନ କେନ୍ଦ୍ରରେ ସମସ୍ତ ଆବଶ୍ୟକ ସୁବିଧା ସୁଯୋଗ ସହ ରଖାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲ୍ଲାପାଳ ଶ୍ରୀ ବର୍ମା ବଗଡା, କଳପଡା, ଓସ୍ତପୁର, କଂସାର, ପୁରୁଷୋତ୍ତମପୁର, ଆୟବା ଓ କପାଳେଶ୍ୱର ପ୍ରଭୃତି ୮ଟି ପଂଚାୟତକୁ ପରିଦର୍ଶନକରି ସେହି ସବୁ ପଂଚାୟତର କରୋନା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହିତ ସଂପୃକ୍ତ ପଂଚାୟତର ସରପଂଚ ମାନଙ୍କ ସହିତ ଏସବୁ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ବିଡିଓ ସୁଧିର କୁମାର ସିଂ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସମେତ ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ