ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ନିର୍ଦ୍ଦେଶରେ ଖଲାସ

ଛତ୍ରପୁର,(ଦେବଦତ୍ତ ମହାରଣା): ଏକ ହତ୍ୟାଉଦ୍ୟମ ମାମଲା ବିଚାରଣା କରି ଛତ୍ରପୁର ସହକାରୀ ଦୌରା ଜର୍ଜ ମ ମାନସ ରଂଜନ ରାଏ ଅଭିଯୁକ୍ତ ପି. ତୁଳସେୟା ରେଡିଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୨.୨୦୧୫ ରିଖ ଦିନ ଟାଟ ବିସ୍ତାପିତ କଲୋନୀର କିଛି ବ୍ୟକ୍ତି ପି. ତୁଳସେୟା ରେଡିଙ୍କ ନେତୃତରେ ତତ୍‌କାଳିନ ଗଂଜାମ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧରୀଙ୍କୁ ସେମାନଙ୍କ ଘର ପଟ୍ଟା ପ୍ରଦାନ ପାଇଁ ଲିଖିତ ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଚୌଧରୀ ଏ ସଂପର୍କରେ କାର୍ଯ୍ୟନୁଷ୍ଠାନ କରିବେ ବୋଲି କହିଥିଲେ କନ୍ତୁ ପି. ତୁଳସେୟା ରେଡି ନିଦ୍ଧିଷ୍ଟ ସମୟ ସୀମା ଦେବାକୁ ଦାବୀ କରଥିଲେ । ଏହାକୁ ନାରାଜ ହେବାରୁ ତୁଳସେୟା ରାଗିଯାଇ ଜିଲ୍ଲାପାଳଙ୍କୁ ଲକ୍ଷ୍ୟ କରି ଚଉକି ଫୋପାଡି ଥିଲେ । ଜିଲ୍ଲାପାଳଙ୍କ ଦେହରକ୍ଷୀ ସନ୍ତୋଷ କୁମାର ବେହେରା ଏବଂ କର୍ମଚାରୀ ଶଙ୍କର୍ଷଣ ବେହେରା ଓ କାଳୁ ଚରଣ ବେହେରା ତାଙ୍କୁ ଧରି ବାହାରକୁ ଆଣିବାକୁ ଚେଷ୍ଟା କରିବା ସମୟରେ ଅଭିଯୁକ୍ତ ଦେହରକ୍ଷୀଙ୍କୁ ମରଣାତ୍ମକ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ୟୁନିଫର୍ମ ଚିରି ଦେଇଥିଲେ । ପୋଲିସ ତୁରନ୍ତ ଖବରପାଇଁ ସେଠାକୁ ଆସି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଯାଇଥିଲେ । ଜିଲ୍ଲାପାଳଙ୍କ ନିଦ୍ଦେଶକ୍ରମେ ତତ୍‌କାଳୀନ ଡେପୁଟି କଲେକ୍ଟର ସବ୍ୟସାଚୀ ହୋତା ଙ୍କ ଲିଖିତ ଅଭିଯୋଗକୁ ଭିତି କରି ଛତ୍ରପୁର ଥାନା କେସ ନଂ.୧୮/୨୦୧୫ ରୁଜୁ କରିଥିଲେ । ତଦନ୍ତକାରୀ ଅଫିସର ତଥା ତତ୍ କାଳୀନ ଛତ୍ରପୁର ଥାନା ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର ଏହାର ତଦନ୍ତ କରି ମୁଦାଲାଙ୍କୁ ବିରୋଧରେ ୨୯୪/୩୨୩/୩୦୭/୪୨୭/୪୫୦/୫୦୬/୩୩୨ ଆଇ.ପି.ସି.ରେ । ଜି.ଆର. – ୩୧/୧୫ ରେ ଚାର୍ଜସିଟ୍ ଦାଖଲ କରିଥିଲେ । ଏହି ମକଦ୍ଦମା ଏସ.ଟି. ୨୦୫/୧୫ କେସ ଛତ୍ରପୁର ସହକାରୀ ଦୌରାଜର୍ଜଙ୍କ କୋର୍ଟରେ ବିଚାରଣ ହୋଇ ସୋମାବାର ଦିନ ରାୟ ପ୍ରକାଶ ହୋଇଥିଲା । ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଓ ପି. ଧର୍ମା ରେଡ୍ଡୀ ମୁଦାଲାଙ୍କ ତରଫରୁ କେଶର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ