ଜିଲ୍ଲାପାଳଙ୍କ ବିଜେଡି ପ୍ରୀତି ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ରେମୁଣା ବିଧାୟକ

ବାଲେଶ୍ୱର: ବର୍ତ୍ତମାନ କାର୍ଯ୍ୟରତ ଜିଲ୍ଲାପାଳଙ୍କ ଘର ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରେ ବାଲେଶ୍ୱର ଜିଲ୍ଲାର ଦୁଇ ଗୋଚି ବିଧାନସଭା ନିର୍ବାଚନ ମଣ୍ଡଳୀ, ସୋର ଓ ସିମୁଳିଆ ଭଦ୍ରକ ଲୋଲକସଭା ଅନ୍ତର୍ଗତ ହୋଇଥିବାରୁ ଶ୍ରୀ ରାଉତ ବାଲେଶ୍ୱର ଜିଲ୍ଲାର ନିର୍ବାଚନ ରିଟର୍ନିଙ୍ଗ ଅଫିସର ଭାବେ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅସମ୍ବିଧାନିକ ଓ ଏହା ଆଦର୍ଶ ନିର୍ବଚନ ବିଧିକୁ ଉଲଙ୍ଘନ କରୁଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ ନିଜକୁ ସରକାରୀ ଦଳର ପ୍ରବକ୍ତା ଓ ମେନେଜର ଭଳି କାର୍ଯ୍ୟ କରୁଛନ୍ତି । ବିଶେଷ କରି ବିଜେପି ଦଳର ଲୋକ ପ୍ରତିନିଧିମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଆସୁଛନ୍ତି । ରେମୁଣା ନିର୍ବାଚନ ମଣ୍ଡଳୀରେ ବିଧାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ସଦସ୍ୟ ଓ ସର୍ବାଧିକ ସରପଞ୍ଚ ଓ ସମିତି ସଭ୍ୟ ଜିତିଥିବାରୁ ସେମାନଙ୍କ କାର୍ଯ୍ୟକୁ ଅଙ୍କୁଶ ଲଗାଇ ବିଭିନ୍ନ ଉନ୍ନୟନ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ପ୍ରଦାନ କରିବାରେ ପ୍ରତିବନ୍ଧକ ସାଜିଛନ୍ତି । ବିଶେଷ କରି ସାଂସଦ ରବିନ୍ଦ୍ର ଜେନାଙ୍କ ଆଦେଶକୁ ଜିଲ୍ଲାପାଳ ତାଙ୍କର ପ୍ରଶାସନିକ କଳ ମାଧ୍ୟମରେ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ କେବଳ ରେମୁଣା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦୀ ବିଧାୟକ ଭାବରେ ବିଗତ ୫ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି । ସାସଂଦ ରବୀନ୍ଦ୍ର ଜେନା ତାଙ୍କ ସହାୟକ ସାଜି ବିଜେଡିର ପ୍ରବକ୍ତା ଓ ମେନେଜର ଭାବେ କାର୍ଯ୍ୟ କରୁଛନ୍ତି ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ । ଚଳିତ ବର୍ଷ ଜିଲ୍ଲାକୁ ୧୬୦୦ ଗ୍ରାମୀଣ ବିଜୁ ପକ୍କା ଘର ଆସିଥିବା ବେଳେ ରେମୁଣା ବ୍ୟତୀତ ଅନ୍ୟ ୭ଟି ନିର୍ବାଚନ ମଣ୍ଡଳୀକୁ ୧୪୦୦ ବିଜୁ ପକ୍କା ଘର ବଣ୍ଟନ ସରିଛି ମାତ୍ର ରେମୁଣା ନିର୍ବାଚନ ମଣ୍ଡଳୀକୁ ଇଚ୍ଛାକୃତ ଭାବେ ଏଥିରୁ ବଞ୍ଚିତ କରାଯାଇଛି । ଜିଲ୍ଲାକୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୧୩ କୋଟିରୁ ଅଧିକ ସରକାରୀ ଅନୁଦାନ ଆସିଥିବା ବେଳେ ୧୨ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକକୁ ଅନୁଦାନ ପ୍ରଦାନ କରାଯାଇଛି ମାତ୍ର ରେମୁଣା ବ୍ଲକକୁ ଗୋଟିଏ ପଇସା ପ୍ରଦାନ କରିନାହିଁ ଜିଲ୍ଲା ପ୍ରଶାସନ । ଜିଲ୍ଲାର ଶିଳ୍ପାଞ୍ଚଳ ଭାବେ ପରିଗଣିତ ହେଉଥିବା ରେମୁଣା ବ୍ଲକରେ ସହଶ୍ରାଧିକ ନିର୍ମାଣ ଶ୍ରମିକ ଥିବା ବେଳେ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାଇକଲ ବଣ୍ଟନ ହୋଇଥିବା ବେଳେ ରେମୁଣାର ଯୋଗ୍ୟ ବିବେଚିତ ଶ୍ରମିକଙ୍କୁ ସାଇକଲ ପ୍ରଦାନରୁ ସଂପୂର୍ଣ୍ଣ ବଞ୍ଚିତ କରିଛନ୍ତି ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଏକ ପ୍ରେସମିଟ୍ ଜରିଆରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବାଲେଶ୍ୱର ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି କରିବାକୁ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ, କୃଷକମୋର୍ଚ୍ଚାର ରାଜ୍ୟ ଉପସଭାପତି ବିପିନ ବିହାରୀ ଦାସ, ସରପଞ୍ଚ ସଂଘର ସଭାପତି ଉମାକାନ୍ତ ପଣ୍ଡା, ରେମୁଣା ମିଡିଆ ସଂପାଦକ କୃଷ୍ଣଚନ୍ଦ୍ର ସାହା, ମଣ୍ଡଳ ସଭାପତି ଗିରିଧାରୀ ଦାସ, ଗୌରଗୋପାଳ ସାହୁ, ଜନାର୍ଦ୍ଦନ ଦାସ, ମହିଳାମୋର୍ଚ୍ଚାର ଜିଲ୍ଲା ସଭାପତି କମଳା ବିନ୍ଧାଣୀ, କ୍ୟପଟେନ୍ ଭାସ୍କର ମଲିକ, ବିପିନ ମାରାଣ୍ଡି, ସୀତାରାମ ପ୍ରଧାନ, ସବିତା ଗିରି, ସୁଧାଂଶୁ ଶେଖର ପଣ୍ଡା, କାର୍ତ୍ତିକ ଚନ୍ଦ୍ର ଗିରି, ବିଧାୟକ ପ୍ରତିନିଧି ପର୍ଶୁରାମ ପରିଡା, ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ