ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଓ ପରିଦର୍ଶନ
ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ୍):-ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଗୁରୁବାର ହିଞ୍ଜିଳି ବ୍ଳକ କୁ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ସମୀକ୍ଷା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।ପ୍ରଥମେ ସେ ସ୍ଥାନୀୟ ବ୍ଳକ କାର୍ୟ୍ୟାଳୟ ରେ ପହଞ୍ଚି ବିଡିଓ ପ୍ରସନ୍ନ କୁମାର ପାତ୍ର ,ଅଧ୍ୟକ୍ଷ ଏନ. ରଘୁନାଥ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ହୋତା ପ୍ରମୁଖଙ୍କ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରିଥିଲେ।ପରେ ସେ ପୋଚିଲିମା ପଞ୍ଚାୟତ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଚାରା ରୋପଣ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ସେଠାରୁ ମକରଝୋଳ ପଞ୍ଚାୟତ ପରିଦର୍ଶନରେ ଯାଇ ମକରଝୋଳ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ଉତ୍ସାହିତ କରିଥିଲେ।ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ଥିବା ଅଙ୍ଗନବାଡ଼ି ଗୃହ, ଗାଇଗୁହାଳ ଓ କଲ୍ୟାଣ ମଣ୍ଡପ କୁ ଜିଲ୍ଲାପାଳ ପରିଦର୍ଶନ କରି ସାରୁ ପଞ୍ଚାୟତ ଗସ୍ତ କରିଥିଲେ।ସେଠାରେ ଥିବା ପଠାଗାର ପରିଦର୍ଶନ କରି ଶାସନ ଆମ୍ବଗାଁ ବସୁନ୍ଧରା କଲୋନୀର ନିର୍ମିତ ଗୃହ ସବୁର ସ୍ଥିତି ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ସହରରେ ନିର୍ମାଣାଧୀନ ଥିବା ଇଣ୍ଡୋର ଷ୍ଟାଡିୟମ, ନୂତନ ବସଷ୍ଟାଣ୍ଡ ,ବିଜୁ କୃଷକ ବଜାର ରେ ନିର୍ମାଣାଧୀନ ନୂତନ ଚିକିତ୍ସାଳୟ ଓ ସଵ୍-ରେଜିଷ୍ଟ୍ରାର କାର୍ୟ୍ୟାଳୟ ଯାଇ ଅନୁଧ୍ୟାନ କରି ଫେରିଥିଲେ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢ଼ୀ,ପିଇଓ ରାଜେନ୍ଦ୍ର ପଟ୍ଟନାୟକ, ସଭ୍ୟ ରାମଚନ୍ଦ୍ର ସାହୁ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


