ଜିଲ୍ଲାପାଳଙ୍କ ବିଭିନ୍ନ ପଂଚାୟତ ପରିଦର୍ଶନ ଓ କରୋନା ପ୍ରସ୍ତୁତିର ସମୀକ୍ଷା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳ ସମର୍ଥ ବର୍ମା ଶନିବାର କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଂଚାୟତକୁ ପରିଦର୍ଶନରେ ଯାଇ ସେହିସବୁ ପଂଚାୟତରେ କରୋନା ମୁକାବିଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ବର୍ମା ଭରତପୁର, ବଗଡା, କଳପଡା, ଓସ୍ତପୁର, କଂସାର, ପୁରୁଷୋତ୍ତମପୁର, ଆୟବା ଓ କପାଳେଶ୍ୱର ପ୍ରଭୃତି ୮ଟି ପଂଚାୟତକୁ ପରିଦର୍ଶନକରି ସେହି ପଂଚାୟତର ଆଇସୋଲେସନ କେନ୍ଦ୍ରର ପ୍ରସ୍ତୁତି,ପଂଚାୟତକୁ ଲକଡାଉନ ଉଠିବା ପରେ ଆସିବା ପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନଙ୍କ ପଞ୍ଜିକରଣ ତାଲିକା ସହ କଂସାର ପଂଚାୟତର ଏଣ୍ଡର ଗ୍ରାମରେ ମନରେଗା ସ୍କିମରେ ଚାଲିଥିବା ରାସ୍ତାକାମକୁ ବୁଲି ଦେଖିଥିଲେ । ଏଥିସହିତ ସଂପୃକ୍ତ ପଂଚାୟତର ସରପଂଚ ମାନଙ୍କ ସହିତ ଏସବୁ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ପଂଚାୟତକୁ ଆସିବାକୁ ଥିବା ରାଜ୍ୟ ବାହାର ଲୋକଙ୍କୁ ଯେପରି ଆଇସୋଲେସନ କେନ୍ଦ୍ରରେ ସମସ୍ତ ଆବଶ୍ୟକ ସୁବିଧା ସୁଯୋଗ ସହ ରଖାଯାଇପାରିବ ସେ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହ ବିଡିଓ ସୁଧିର କୁମାର ସିଂ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସମେତ ସଂପୃକ୍ତ ପଂଚାୟତର ନିର୍ବାହୀ ଅଧିକାରୀ ଓ ସରପଂଚମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ