ଜିଲ୍ଲାପାଳଙ୍କ ବେଗୁନିଆପଡ଼ା ବ୍ଲକ ଗସ୍ତ ଓ କରୋନା ସମୀକ୍ଷା

କୋଦଳା, (ଗୁଲସନ କୁମାର କର):ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଗୁରୁବାର ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି କୋଭିଡ୍ ସମୀକ୍ଷା କରିଛନ୍ତି। ବ୍ଲକର କନଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀଙ୍କ ସମେତ ପଞ୍ଚାୟତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତି ଏବଂ ଏହାକୁ କମ୍ କରିବା ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଜିଲ୍ଲାରେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଏବେ କିଛି ମାତ୍ରାରେ କମ୍ ହୋଇଥିଲେ ମଧ୍ୟ ସଂକଟ ଏବେ ବି ସଂପୂର୍ଣ୍ଣ ଟଳିନାହିଁ। ଏଥିପାଇଁ କୋଭିଡ୍ ନିୟମ ତଥା ସରକାରୀ ଗାଇଡ୍ ଲାଇନ୍ କିଭଳି ପାଳନ କରାଯିବ ସେ ନେଇ ବ୍ୟାପକ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।ଦୋକାନୀ ମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ କଡାକଡି ଭାବେ ପାଳନ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହୋମକ୍ବାରେଣ୍ଟାଇନରେ ରହୁଥିବା ବ୍ୟକ୍ତି ମାନେ କିପରି ରହୁଛନ୍ତି ସେମାନଙ୍କ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କ ରେ ତଥ୍ୟ ରଖିବେ। ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ଉପରେ ପ୍ରଧ୍ୟାନ୍ୟତା ବିଶେଷକରି ଗ୍ରାମାଞ୍ଚଳ ଦୋକାନଦାର ମାନେ ନିଜେ ସଚେତନ ହୋଇ ଗ୍ରାହକଙ୍କୁ ଯେଭଳି ସଚେତନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଗଂଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ଜିଲ୍ଲାରେ ପୂର୍ବ ଅପେକ୍ଷା ପଜିଟିଭ ସଂଖ୍ୟା କମିଛି। ଆକ୍ରାନ୍ତଙ୍କୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା ଉପଲବ୍ଧ ଅଛି । ଗ୍ରାମାଂଚଳ ଓ ସହରାଂଚଳରେ ଆମ୍ବୁଲାନ୍ସ ନେଟୱାର୍କ ବ୍ୟବସ୍ଥା ଭଲ ଅଛି । କରୋନା ଲକ୍ଷଣ ଥିଲେ ଲୁଚାଇ ରଖନ୍ତୁ ନାହିଁ ।ଔଷଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ସବୁ ବ୍ୟବସ୍ଥା ମହଜୁଦ ଅଛି । କରୋନା ମୁକାବିଲା ପାଇଁ କୌଣସିି ଅସୁବିଧା ହେଉ ନାହିଁ । ଚିକିତ୍ସା ପାଇଁ ସବୁ ପ୍ରକାରର ଭିତ୍ତିଭୂମି ଅଛି । ଜିଲ୍ଲାରେ ସେବା ଉଦ୍ଦେଶ୍ୟରେ କାମ କରୁଛନ୍ତି କୋଭିଡ ଯୋଦ୍ଧା। କୋଭିଡ ଯୋଦ୍ଧାମାନଙ୍କର ଉଦ୍ୟମ ପ୍ରଶଂସନୀୟ ।ସେମାନେ ଆରମ୍ଭରୁ ନିରନ୍ତର ଭାବେ କାମ କରିଚାଲିଛନ୍ତି । କୋଭିଡ ଯୋଦ୍ଧାମାନେ ଦରମା ପାଇଁ ନୁହେଁ, ସେବା ଉଦ୍ଦେଶ୍ୟରେ କାମ କରୁଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରନ୍ତୁ ।ପ୍ରଶାସନକୁ ସମସ୍ତେ ସହଯୋଗ କଲେ କରୋନା ହାରିଯିବ ଏବଂ ଗଂଜାମ ଜିତିବ ବୋଲି କହିଛନ୍ତି ଜିଲାପାଳ। ଏଥିପାଇଁ ସମସ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଜିଲ୍ଲାପାଳଙ୍କ ଏହି ସଚେତନତା ବୈଠକରେ ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା, ସମସ୍ତ ପଞ୍ଚାୟତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ