ଜିଲ୍ଲାପାଳଙ୍କ ଭରତପୁର ପଂଚାୟତ ପରିଦର୍ଶନ

କେନ୍ଦ୍ରାପଡା – ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତକୁ ପରିଦର୍ଶନରେ ଯାଇ ପଂଚାୟତ ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ସନ୍ନିକଟ ସ୍ଥାନରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ କ୍ଷୁଦ୍ର ଗ୍ରାମୀଣ ପ୍ରମୋଦ ଉଦ୍ୟାନ ଓ ଭରତପୁର ଗ୍ରାମର ତାଳଦଣ୍ଡାଛକରେ ନିର୍ମାଣାଧିନ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମୀଣ ପାଠଗାର ଗୃହ ପ୍ରଭୃତି ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିବା ସହିତ ସେହିସବୁ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣାଧିନ ଥିବା ଓ ସଂପୂର୍ଣ୍ଣ ହୋଇଥିବା କେତେକ ହିତାଧିକାରୀଙ୍କ ଗୃହକୁ ବୁଲି ଦେଖିବା ସହ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବିଡିଓ ସୁଧିର କୁମାର ସିଂ, ଭରତପୁର ସରପଂଚ ଜୀନତ ପ୍ରିୟଦର୍ଶିନୀ ରାଉତ, ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ସମିତିସଭ୍ୟ ହେମନ୍ତ ବିଶ୍ୱାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦେଶକ(ଗ୍ରାମୀଣ ଗୃହ ନିର୍ମାଣ) ପୁଷ୍ପଲତା ରାଉତ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ, ଜିପିଟିଏ ଶସ୍ମିତା ନାୟକ, ଜି.ଆର.ଏସ.କ୍ଷଣପଭା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ