ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ଯୋଗେ ଜିଲ୍ଲାର ସରପଂଚମାନଙ୍କ ସହ ଆଲୋଚନା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ସମସ୍ତ ୯ଟି ବ୍ଲକର ସରପଂଚମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ସରପଂଚମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଆଗାମି ଦିନରେ ଯେଉଁମାନେ ପଂଚାୟତକୁ ଫେରିିବେ ସମସ୍ତଙ୍କୁ ନିଜର ପରିବାର ଭଳି ଯତ୍ନ ସହକାରେ ପଂଚାୟତର ଆଇସୋଲେସନ କେନ୍ଦ୍ରରେ ସରପଂଚମାନେ ରଖିବାର ବ୍ୟବସ୍ଥା କରିବେ । ସରପଂଚମାନେ ଏଭଳି ଭୂମିକା ନିର୍ବାହ କରିବେ ଯେଭଳି ଏହି ଜିଲ୍ଲା ସାରା ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିବ । ଜିଲ୍ଲାର ସମସ୍ତ ସରପଂଚମାନଙ୍କ ଉପରେ ଜିଲ୍ଲାପାଳ ଆସ୍ଥା ପ୍ରକଟ କରିବା ସହ ସେମାନେ ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ଭଲ କାମ କରିବେ ବୋଲି ଆଶା ପ୍ରକଟ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ସମୟରେ ଉତ୍ତମ ଭାବେ ଭାବ ବିନିମୟ କରି ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିବାରୁ ତାଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ