ଜିଲ୍ଲାପାଳଙ୍କ ଭିଡିଓ କନଫେରନ୍ସି ମାଧ୍ୟମରେ ସମୀକ୍ଷା
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଓସ୍ୱାନ ଭବନ ପରିସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର, ସହରାଞ୍ଚଳ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଲାଇନ ଡିପାଟମେଣ୍ଟ ଅଧିକାରୀଙ୍କ ସହ ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସୂତ୍ରର ଯଥା ଟ୍ରାନ୍ସପେରେନ୍ସି, ଟାଇମ୍ ଲିମିଟ, ଟେକ୍ନୋଲୋଜି, ଟିମ ୱାର୍କ ଓ ଟ୍ରାନ୍ସଫୋରମେସନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ବିଭାଗୀୟ ଅଧିାକରୀ ମାନେ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ କହିଥିଲେ । ସାଧାରଣ ଜନତା କିପରି ସମସ୍ତ ସୁବିଧା ଠିକ୍ ସମୟରେ ପାଇପାରିବେ ସେଥିପ୍ରତି ଗୁରତ୍ୱ ଦେବାକୁ କହିଥିଲେ । ଏହି ଭିଡିଓ କନଫେରନ୍ସି ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭାରପ୍ରାପ୍ତ ବ୍ରହ୍ମପୁର ଜିଲ୍ଲାପାଳ ସମ୍ବିତ୍ ରାଉତଙ୍କ ଅନ୍ୟାନ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରି ମାନେ ଉପସ୍ଥିତ ଥିଲେ ।