ଜିଲ୍ଲାପାଳଙ୍କ ମାର୍କେଟ କମ୍ପେ୍ଲକ୍ସ ଓ ଜିମ୍ ସେଣ୍ଟର ପରିଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ସାରଙ୍ଗ ଠାରେ ନବନିର୍ମିତ ମାର୍କେଟ କମ୍ପେ୍ଲକ୍ସ ଗୃହ ପରିଦର୍ଶନ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମିତ ହୋଇଥିବା ଜିମ୍ ସେଣ୍ଟର ଓ ବିରସ୍ୱତୀ ଧାଉଡିଆ ବନ୍ଧରେ ନିର୍ମିତ କମ୍ପୋଷ୍ଟ ଗୃହ ପ୍ରଭୃତି ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନଉନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ ମହାନ୍ତି ପ୍ରମୁଖ ପରିଦର୍ଶନରେ ଯାଇଥିଲେ । ଓସ୍ତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶନ୍ନ ରାଉତ ସେଠାରେ ଉପସ୍ଥିତ ଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ ବିରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ । ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଓସ୍ତପୁର ପଞ୍ଚାୟତ ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣ କରାଯାଇଥିବାବେଳେ ୨ ଲକ୍ଷ ଟଙ୍କା ବ୍ୟୟରେ ଜିମ୍ ସେଣ୍ଟର ନିର୍ମାଣ କରାଯାଇଛି । ଏଥିସହିତ କମ୍ପୋଷ୍ଟ ଗୃହର କାର୍ଯ୍ୟ ନିର୍ମାଣାଧିନ ଅଛି । ଏ ସବୁ ପରିଦର୍ଶନ କରି ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହିତ ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଦେଇଥିବା ଭିନ୍ନକ୍ଷମ ଯୁବକ ପ୍ରକାଶଙ୍କୁ ତାଙ୍କର ଭଲମନ୍ଦ ସମ୍ପର୍କରେ ପଚାରି ବୁଝିିଥିଲେ ।