ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ) : ସୋମବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲାପାଳ ଜ୍ଞାନ ଦାଶ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପି.କେ.ଖୁଣ୍ଟିଆ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ମନୋରମା ଜାଲି, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ଜିଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ, ସି.ଡି.ଏ.ଓ କିରଣ କୁମାର ପରିଡା, ଏସିଏସଓ ମାନସ ରଞ୍ଜନ ମହାପାତ୍ର, ଡି.ଏସ୍‌.ଡବ୍ଲ୍ୟୁ.ଓ. ପ୍ରୋଗ୍ରାମ ଅଫିସର ସଙ୍ଗୀତା ଦେ, ଏ.ଏ.ଓ. ଆଗରପଡା ତୁଶାରକାନ୍ତ ପତି, ସିଡିପିଓ ରେଣୁବାଳା ଦାଶ, ନେସ୍କୋ ଏସ.ଡି.ଓ ବିଜୟ କୁମାର ମହାନ୍ତି, ନେସ୍କୋ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ, ରାସନକାର୍ଡ, ସରକାରୀ ଜାଗା ଅବରୋଧ, ଅନ୍ତୋର୍ଦ୍ଦୟ, ଅନ୍ନପୂର୍ଣ୍ଣା, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା, ଆଧାର କାର୍ଡ, ଡ୍ରେନେଜ୍‌, ଶିକ୍ଷା ବିଭାଗ ସଂପର୍କୀତ, ଜମି ମ୍ୟୁଟେସନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା, ମୋ କୁଡିଆ, ରାସ୍ତାରେ କଲର୍ଭଟ ବ୍ୟବସ୍ଥା, ବକେୟା ଧାନବିକ୍ରି ପ୍ରାପ୍ୟ ପାଇବା, ଆର୍‌.ଟି.ଓ ଅଫିସ ବାବଦ, ଜମି ବିକ୍ରି ବାବଦ, ତହସିଲ ଘର ଭଡା ପାଇବା, ସୋଲାର ପମ୍ପ, ବରକୋଣା ମୁଖ୍ୟ ରାସ୍ତା ନିର୍ମାଣ, ଶ୍ମଶାନ, ସର୍ବସାଧାରଣ ରାସ୍ତା ନିରୁପଣ, ଇନ୍ଦିରା ଆବାସ, ପାଇଖାନା ବିଲ ପାଇବା ଆଦି ୯୬ଟି ଅଭିଯୋଗ ଆସିଥିଲା । ଅପରପକ୍ଷେ ପୂର୍ବରୁ ଅନୁଷ୍ଠିତ ଅନେକ ଅଭିଯୋଗ ଶୁଣାଣୀ ଠାରୁ ଆଜିର କାର୍ଯ୍ୟକ୍ରମରେ ସର୍ବାଧିକ ଅଭିଯୋଗ ଆସିଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ