ଜିଲ୍ଲାପାଳଙ୍କ ମେଡିକାଲ ଭିତ୍ତିଭୂମି କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ପରିଦର୍ଶନ କରିଥିବା ଜଣାପଡ଼ିଛି। ନିର୍ମାଣାଧୀନ ଅତ୍ୟାଧୁନିକ ମେଡିକାଲ ଗୃହ ସହିତ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। କାର୍ଯ୍ୟ କରୁଥିବା ଠିକାଦାର ଓ ତଦାରଖ ଦାୟିତ୍ୱ ନେଇଥିବା ଯନ୍ତ୍ରୀ ମାନେ ଯଥାଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିବା ବେଳେ ଏଥିରେ ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତେଇ ଦେଇଛନ୍ତି। ମେଡିକାଲର ପୁରୁଣା କୋଠରୀ ଭାଙ୍ଗିବା ସହିତ ଆହାର କେନ୍ଦ୍ର ନିର୍ମାଣ, ରୋଗୀ, ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗୃହ ନିର୍ମାଣ କରିବାକୁ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏହାଛଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମାଣ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକୁ ବୁଲି ଦେଖିଛନ୍ତି। ଏଥିରେ ବିଡ଼ିଓ ଦେବଦତ୍ତ ଦାସ, ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ସାହୁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ଦୀକ୍ଷିତ, ଜଗନ୍ନାଥ ବାରିକ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ , ବିପିଏମ ରଶ୍ମିରେଖା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ