ଜିଲ୍ଲାପାଳଙ୍କ ମେହେମୁଦାବାଦ ଜାମିଆ ପରିଦର୍ଶନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁବାର ସହରର ମେହେମୁଦାବାଦସ୍ଥିତ ଜାମିଆ ଅସରଫୁଲ ଓଲୁମ ଓ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲକୁ ପରିଦର୍ଶନରେ ଯାଇ ସେଠାକାର ପରିବେଶ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ପଚାରି ବୁଝିଥିଲେ । ସେଠାକାର ପରିବେଶକୁ ଦେଖି ପ୍ରସଂଶା କରିଥିଲେ ଏବଂ ସେହି ପରିସରକୁ ଅଧିକ ସ୍ୱଛ,ସୁନ୍ଦର ଓ ସବୁଜ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେବା ସହ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସମସ୍ୟା ଗୁଡିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଜାମିଆ ଅସରଫୁଲ ଓଲୁମ (ମଦ୍ରାସା)ଅନୁଷ୍ଠାନଟି ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟ,ଦିଲ୍ଲୀର ଜାମିଆ ମିଲିଆ ଇସଲାମିକ ବିଶ୍ୱ ବିଦ୍ୟାଳୟ,ହାଇଦ୍ରାବାଦର ମୈାଲାନା ଆଜାଦ ବିଶ୍ୱ ବିଦ୍ୟାଳୟ ଏବଂ ଭୂବନେଶ୍ୱରସ୍ଥିତ ଓଡିଶା ମଦ୍ରାସା ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ଏଥିରେ ୫୩୦ଜଣ ଛାତ୍ର ଶିକ୍ଷାଲାଭ କରୁଥିବା ବେଳେ ଏହି ମଦ୍ରାସା ନିକଟରେ ଥିବା ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲରେ ୪୮୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସୂଚନା ମିଳିଛି । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସହିତ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲ ଫାରୁକ ଏଜୁକେଶନାଲ ଟ୍ରଷ୍ଟର ଅଧ୍ୟକ୍ଷ ମହମ୍ମଦ ଫାରୁକ କ୍ୱାସମୀ,ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସେକ ଏନାମୁଲ ହକ, ମଦ୍ରାସା ଅସରଫୁଲ ଓଲୁମ – ଅଲ -ବନାତ(ବାଳିକା)ର ଅଧ୍ୟକ୍ଷ ମୈାଲାନା ମହମ୍ମଦ ଦାଉଦ ସାହାବ, ଉପାଧ୍ୟକ୍ଷ ମୈାଲାନା ଫାସିଉଲ୍ଲା , ଟ୍ରଷ୍ଟର ସମ୍ପାଦକ ତୋହିଦୁର ରେହେମାନ, ବିଜେଡି ଯୁବ ସଂଖ୍ୟାଲଘୁ ସେଲର ସଭାପତି ତଥା ନଜୱାନ ୟୁନିଅନର ସଭାପତି ମୀର ମହମ୍ମଦ ଅମୀର, ପୂର୍ବତନ ବରିଷ୍ଠ କାଉନସିଲର ହିବଜୁର ରହେମାନ, ସେକ ଲିୟାକତ(ନସ୍ରୁ), ଅବରାର ଖାନ, ଆଝାରୁଦ୍ଦିନ ଖାନ, ସେକ ଅହେସାନ, ନୁର ଖାନ, ସେକ ସଲାଉଦ୍ଦିନ, ସେକ ନସିମୁଦ୍ଦିନ, ସେକ ଟିକା, ସେକ ଅକ୍ତର ଅଲ୍ଲୀ, ସେକ ହାକିମ, ସେକ ମୁସ୍ତାକିମ, ସେକ ନସିମ,ସେକ ଉମ୍ରାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।