ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପଳ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇ ୪ ଗୋଟି ପଞ୍ଚାୟତରୁ ଆସିଥିବା ୧୮୮ ଗୋଟି ଅଭିଯୋଗ ଶୁଣାଣି କରିଥିଲେ । ସେଥି ମଧ୍ୟରୁ ୪୦ ଗୋଟି ସମସ୍ୟାର ସମାଧାନ କରାଯାଇଛି । ୫ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦିଆ ଯାଇଛି । ଅଭିଯୋଗ ଶୁଣାଣିରେ ଆର.ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକ, ବ୍ଲକ୍ ଅଧକ୍ଷ ରଞ୍ଜୀବ ଶବର, ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧରି ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀମାନେ ଯୋଗ ଦେଇଥିବା ବେଳେ କିଛି ଜିଲ୍ଲା ଅଧିକାରୀ ଉଠା ଜଳପ୍ରକଳ୍ପ ର ଅଧିକାରୀ ଉପସ୍ଥିତ ନଥିଲେ। ଏହି ଅଭିଯୋଗ ଶୁଣାଣି ରେ ମୂଖ୍ୟ ଅଭିଯୋଗ ରହିଥିଲା ଚାନ୍ଦିପୁଟ, ଚନ୍ଦ୍ରଗିରି, ମୋହନା ଅଂଚଳ ରେ ଜମୀ ହିନ ଙ୍କୁ ଯମି ପଟା ଯୋଗାଇବା, ବିଦ୍ୟାଳୟ ଗୁଡ଼ିକ ର କେଉଁଠୀ କାମ କରୁଥିବା ଟଙ୍କା ମେଲିନଥିବା, ବିଦ୍ୟାଳୟ ରେ କୋଠା ନିର୍ମାଣ, ରାସ୍ତା ପାଣି ସମସ୍ୟା ସମେତ ଶୀକୁଳୀପଦର ପଂଚାୟତ ରେ ବଦଳି ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବଦଳି ବାତିଲି ନେଇ ସରପଞ୍ଚ ଦାବୀ ପତ୍ର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ୫୦ରୁ ଉର୍ଦ୍ଧ ଙ୍କୁ ଭତା ବଣ୍ଟନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଦୁଃଖ ର ବିଷୟ ଏତେ ବଡ ଅଭିଯୋଗଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କିନ୍ତୁ ପୋଷ୍ଟର ଲଗାଇବାରେ ଭୁଲି ଗଲେ ପଂଚାୟତ ନିର୍ବାହୀ ଅଧିକାରୀ ଆଇନ୍ ସୁଙ୍ଖଳିତ ପାଇଁ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶୀକା ଓ ଟିମ ଉପସ୍ଥିତ ଥିଲେ