ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରୀଷ୍ମ ପ୍ରବାହରୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ
ବୋଡେ଼ନ,(ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ସମିତି ସଭା ଗୃହରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ, ଗ୍ରୀଷ୍ମ ପ୍ରବାହରୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ମଧୁସୂଧନ ଦାଶ ଯୋଗ ଦେଇ ସମସ୍ତ ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଅଭିଯୋଗ ଶୁଣାଣୀ ଶିବିର ସକାଳ ୭ ଘଣ୍ଟାରୁ ଆରମ୍ଭ ହୋଇ ୧୦ ଘଣ୍ଟା ମଧ୍ୟରେ ଶେଷ କରିବାକୁ ଆହ୍ବାନ କରିଥିଲେ। ଅଭିଯୋଗ କାରୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଛାଉଣୀ ଏବଂ ବସିବା ପାଇଁ ବ୍ୟବସ୍ଥା ଗ୍ରହଣ ହୋଇଅଛି।୫୨ ଗୋଟି ଅଭିଯୋଗ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦ୍ଧେଶ ଦେଇଥିଲେ।ସଭାରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ, ଖଡିଆଳ ଏସ ଡି ପି ଓ, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।